Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଖେଳ ପାଇଁ ଦି ଭାଗ ହୋଇଯାଆନ୍ତି ଫ୍ୟାନ, କାରଣ ଜାଣିଲେ ହେବେ ଚକିତ ?

    Share on :
    ajab-Image
    Date: Nov 17, 2021    Views: 4066

    ଖେଳ ଏମିତି ଜିନିଷ ଯାହା ଯେମିତି ହୃଦୟକୁ ଯୋଡ଼ିଥାଏ, ଠିକ ସେମିତି ନିଜ ଟିମକୁ ସମର୍ଥନ କରିବା ଆଳରେ ବେଳେବେଳେ ଟକ୍କରା ଟକ୍କରି ସ୍ଥିତି ବି ସୃଷ୍ଟି ହୋଇଥାଏ  । ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ମ୍ୟାଚ ବେଳେ ଠିକ ଏମିତି ହିଁ କିଛି ଦେଖିବାକୁ ମିଳିଥାଏ  । ଏହି ଦୁଇ କ୍ଲବ ବର୍ଷକୁ ଅତିକମରେ ୩ ଥର ପରସ୍ପର ସହ ମୁହାଁମୁହିଁ ହୋଇଥା’ନ୍ତି  । ଇଣ୍ଡିଆନ ସୁପର ଲିଗରେ ୨ ଥର ଓ କାଲକାଟା ଫୁଟବଲ ଲିଗରେ ଥରେ ଭେଟ ହୋଇଥା’ନ୍ତି  ।  ଅବଶ୍ୟ କେତେକ ସମୟରେ ସେମାନେ ଫେଡେ଼ରେସନ କପ, ଆଇଏଫଏ ସିଲଡ଼ ଓ ଡୁରାଣ୍ଡ କପରେ ବି ମୁହାଁମୁହିଁ ହୋଇଥା’ନ୍ତି  ।

    ଉଭୟ ଟିମର ସ୍ୱତନ୍ତ୍ର ଫ୍ୟାନ ରହିଛନ୍ତି  । ମୋହନ ବାଗାନ ଟିମକୁ ସାଧାରଣତଃ ପଶ୍ଚିମବଙ୍ଗର ପଶ୍ଚିମ ଭାଗର ଲୋକମାନେ ସମର୍ଥନ କରିଥା’ନ୍ତି  । ସେମାନେ ଘୋଟି ଭାବେ ବେଶ ପରିଚିତ ବୋଲି ୱିକପିଡ଼ିଆରେ ଉଲ୍ଲେଖ ରହିଛି  । ଅପରପକ୍ଷରେ ଇଷ୍ଟବେଙ୍ଗଲକୁ ପ୍ରାକ ସ୍ୱାଧୀନତା ସମୟରେ ପୂର୍ବାଂଚଳରେ ଥିବା ବେଙ୍ଗଲୀ ଲୋକମାନେ ସମର୍ଥନ କରିଥା’ନ୍ତି  । ସ୍କଟଲାଣ୍ଡର ପେଶାଦାର ଫୁଟବଲ ଲିଗ ଓଲଡ଼ ଫାର୍ମ ଡର୍ବି ଭଳି କୋଲକାତା ଡର୍ବି ବି ବେଶ ଚର୍ଚ୍ଚିତ ଥାଏ  । ଉଭୟ ଡର୍ବିରେ ସ୍ୱତନ୍ତ୍ର ଫ୍ୟାନମାନେ ରହିଥା’ନ୍ତି  । 

    Maximum 500 characters

    ଖେଳ ଖବର View all

    Find Us on Facebook