Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସବୁବେଳେ ଚର୍ଚ୍ଚାରେ ଥାଏ କୋଲକାତା ଡର୍ବି, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Nov 17, 2021    Views: 3686

    କୋଲକାତା ଡର୍ବିକୁ ସ୍ଥାନୀୟ ଲୋକମାନେ ବୋରୋ ମ୍ୟାଚ କୁହନ୍ତି  । ଯାହାର ଅର୍ଥ ହେଉଛି ବଡ଼ ମ୍ୟାଚ  । ଇଷ୍ଟ ବେଙ୍ଗଲ ଓ ମୋହନ ବାଗନ ମଧ୍ୟରେ ହେଉଥିବା ଏହି ଟୁର୍ଣ୍ଣାମେଂଟ ଉପରେ ରହିଥାଏ ସଭିଙ୍କ ନଜର  । ୨୦୧୯-୨୦ ପରଠାରୁ ମୋହନ ବାଗନର ନାମ ଏଟିକେ ମୋହନ ବାଗନ ହୋଇଛି । ଏଟିକେ ହେଉଛି କୋଲକାତା ଭିତିକ ଏକ ଇଣ୍ଡିଆନ ସୁପର ଲିଗ କ୍ଲବ  ।

    ଶହେ ବର୍ଷ ଧରି ଇଷ୍ଟ ବେଙ୍ଗଲ ଓ ଏଟିକେ ମୋହନ ବାଗନ ମଧ୍ୟରେ ହେଉଥିବା  ଲଢେ଼ଇ ଖାଲି ଦେଶରେ ନୁହେଁ ବିଶ୍ୱରେ ବି ବେଶ ଚର୍ଚ୍ଚିତ ହୋଇଆସୁଛି  । ଉଭୟଙ୍କ ମଧ୍ୟରେ ହେଉଥିବା ମ୍ୟାଚକୁ ଲକ୍ଷ ଲକ୍ଷ ଲୋକ ଉପଭୋଗ କରିଥା’ନ୍ତି  । ଅନେକ ଏହାକୁ ଏସିଆର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ ବୋଲି କହିଥା’ନ୍ତି  ।

    ୧୯୨୧ ମସିହା ଅଗଷ୍ଟ ୮ରେ ଉଭୟ ଟିମ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । କୁଚବିହାର କପରେ ସେମାନେ ପରସ୍ପରକୁ ଭେଟିଥିଲେ  । ଶେଷଥର ପାଇଁ ୨୦୨୧ ଫେବୃଆରୀ ୧୯ରେ ସେମାନଙ୍କ ମଧ୍ୟରେ ମ୍ୟାଚ ହୋଇଥିଲା  । ପୁଣି ଥରେ ନଭେମ୍ବର ୨୭ରେ ସେମାନେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି  । କୋଲକାତା ଡର୍ବିକୁ ଏସୀୟ ଫୁଟବଲର ବଡ଼ ଡର୍ବି କୁହାଯାଇଥାଏ  । ବିଶ୍ୱର ହାତଗଣତି ବଡ଼ ଡର୍ବି ମଧ୍ୟରେ ବି କୋଲକାତା ଡର୍ବିର ସୁନାମ ରହିଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook