Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୋହନବାଗାନ ହାରିଗଲା ବୋଲି ଏହି ଫ୍ୟାନ କରିଥିଲେ ଆତ୍ମହତ୍ୟା, ୧୯୮୦ରେ ହୋଇଥିଲା ଦଙ୍ଗା

    Share on :
    ajab-Image
    Date: Nov 17, 2021    Views: 3521

    ମୋହନବାଗାନ ହେଉଛି କୋଲକାତାର ସବୁଠାରୁ ପୁରୁଣା ଫୁଟବଲ ଟିମ  । ମୋହନବାଗାନର ସମର୍ଥକମାନେ ହେଉଛନ୍ତି ପଶ୍ଚିମବଙ୍ଗଳାର  । ଯେତେବେଳେକି ଇଷ୍ଟ ବେଙ୍ଗଲର ସମର୍ଥକମାନେ ହେଉଛନ୍ତି ବିଶେଷକରି ବାଂଲାଦେଶୀ । ୧୯୬୦ ଦଶକରେ କୋଲକାତା ଡର୍ବିରେ ଆଧିପତ୍ୟ ବିସ୍ତାର କରିଥିଲା ମୋହନ ବାଗାନ  । କିନ୍ତୁ ୧୯୭୦ରେ ଇଷ୍ଟବେଙ୍ଗଲ ପାଇଁ ସୁବର୍ଣ୍ଣଯୁଗ ଆସିଥିଲା  । ଇଷ୍ଟବେଙ୍ଗଲ ପ୍ରାୟ ୧୯୩୨ ଦିନ ପର୍ଯ୍ୟନ୍ତ ଅପରାଜେୟ ରହି ରେକଡର଼୍ ସୃଷ୍ଟି କରିଥିଲା  । ୧୯୭୦ରୁ ୧୯୭୫ ମଧ୍ୟରେ ଇଷ୍ଟବେଙ୍ଗଲ ମାତ୍ର ଗୋଟିଏ ମ୍ୟାଚ ହାରିଥିଲା  ।

    ତେବେ ଗୋଟିଏ ମ୍ୟାଚରେ ଇଷ୍ଟବେଙ୍ଗଲ ଟିମ ୫-୦ ଗୋଲରେ ମୋହନବାଗାନକୁ ହରାଇଥିଲା  । ଏଥିରେ ମୋହନବାଗାନର ଜଣେ ଫ୍ୟାନ ମର୍ମାହତ ହୋଇ ସୁଇସାଇଡ଼ କରିଦେଇଥିଲେ  । ତାଙ୍କର ନାମ ହେଉଛି ଉମାକାନ୍ତୋ ପାଲୋଧି  । ନିଜର ସୁଇସାଇଡ଼ାଲ ନୋଟରେ ସେ ଲେଖିଥିଲେଯେ, ସେ ଆରଜନ୍ମରେ ପୁଣି ଥରେ ମୋହନବାଗାନ ଫୁଟବଲର ହୋଇ ଜନ୍ମଗ୍ରହଣ କରିବେ ଓ ୦-୫ ପରାଜୟର ପ୍ରତିଶୋଧ ନେବେ  ।

    ୧୯୮୦ ଅଗଷ୍ଟ ୧୬ରେ ଆଉ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଥିଲା  । ମ୍ୟାଚ ବେଳେ ଇଡେ଼ନ ଗାଡେର଼୍ନ ଷ୍ଟାଡ଼ିୟମରେ ଫୁଟବଲ ଫ୍ୟାନଙ୍କ ମଧ୍ୟରେ ଦଙ୍ଗା ହୋଇଥିଲା  । ଏହି ସମୟରେ ଦଳାଚକଟାରେ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା  । 

    Maximum 500 characters

    ଖେଳ ଖବର View all

    Find Us on Facebook