Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କୋହଲି-ଗମ୍ଭୀର ବାକ୍ ଯୁଦ୍ଧକୁ ନେଇ ସ୍ବାନଙ୍କ ପ୍ରତିକ୍ରିୟା

    Share on :
    ajab-Image
    Date: May 11, 2023    Views: 3525

    ନୂଆଦିଲ୍ଲୀ: ବିରାଟ କୋହଲି ଓ ଗୌତମ ଗମ୍ଭୀର କ୍ରିକେଟ ଜଗତର ଦୁଇଟି ବଡ଼ ନାଁ ହୋଇଥିଲେ ବି ପଡ଼ିଆ ଭିତରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ମେ’ ୧ରେ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିବା ଦେଖାଯାଇଥିଲା।

    ଲକ୍ଷ୍ନୌ-ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ଏହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଇଂଲଣ୍ଡର ପୂର୍ବତନ ଅଫ୍ ସ୍ପିନର ଗ୍ରୀମ ସ୍ବାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପଡ଼ିଆରେ ଏଭଳି ଝଗଡ଼ା ନହେଲେ ମଜା ଲାଗିବନି ବୋଲି ସେ କହିଛନ୍ତି।

    ଆଶେସ୍ ସିରିଜରେ ଏକାଧିକ ବିବାଦ ଓ ଝଗଡ଼ାରେ ସାମିଲ ଥିଲା ସ୍ବାନ କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଅନୁଭୂତିରୁ ଏହା ଜାଣିଛନ୍ତି ଯେ ବିବାଦ ବିନା ଖେଳ ଫିକା ଲାଗେ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ସିରିଜରେ ଏହାଠାରୁ ଅଧିକ ଝଗଡ଼ା ହୋଇଥିଲା। ଖେଳାଳିଙ୍କ ପ୍ରାକୃତିକ ପ୍ରବୃତିକୁ ଏତେ ମାତ୍ରାରେ ରୋକିବା ଠିକ୍ ନୁହେଁ। ରାଗ ଲାଗିଲେ ବେଳେ ବେଳେ ଏଭଳି ଝଗଡ଼ା ହେବା ସ୍ବାଭାବିକ କଥା।

    Maximum 500 characters

    ଖେଳ ଖବର View all

    Find Us on Facebook