Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ; କୋହଲିଙ୍କୁ ହଟାଇ ଗିଲ୍‌ ୨ୟ

    Share on :
    ajab-Image
    Date: Jun 26, 2026    Views: 2446

    ଦୁବାଇ : ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ମାନ୍ୟତାରେ ବେଶ୍‌ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ବ୍ୟାଟିଂ ସୁପର ଷ୍ଟାର୍ ବିରାଟ କୋହଲିଙ୍କୁ ପଛରେ ପକାଇ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ମାନ୍ୟତାର ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଫଳରେ କୋହଲି ୩ୟ ସ୍ଥାନକୁ ଖସି ଆସିଛନ୍ତି। କୋହଲିଙ୍କ ପଛକୁ ୪୧ ବର୍ଷ ବୟସ୍କ ଓପ୍‌ନର ରୋହିତ ଶର୍ମା ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି। ନିକଟରେ ଆଫ୍‌ଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାରେ ରୋହିତ ୧୬, ୪୮ ଓ ୭୯ ରନ୍‌ ସହ ମୋଟ ୧୪୩ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଡ୍ୟାରିଲ ମିଚେଲ ପୂର୍ବପରି ୧ ନମ୍ବର ସ୍ଥାନରେ ରହିଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶୁଭମନ ଗିଲ୍ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ୨ଟି ମ୍ୟାଚ୍‌ରେ ଅପରାଜିତ ୮୪ ଓ ୧୫୪ ରନ୍‌ କରିଥିବା ବେଳେ ୩ୟ ଦିନିକିଆରେ ତାଙ୍କୁ ବ୍ୟାଟିଂ କରିବାକୁ ପଡ଼ିନଥିଲା। ଫଳରେ ଗିଲ୍‌ ୩ଟି ସ୍ଥାନର ଉନ୍ନତି ଘଟାଇ ପଞ୍ଚମରୁ ୨ୟ ସ୍ଥାନକୁ ଉଠି ପାରିଛନ୍ତି। ଦିନିକିଆ କ୍ରିକେଟ୍‌ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଆହତ ଥିବାରୁ ଆଫ୍‌ଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିନଥିଲେ। ଫଳରେ ସେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ତେବେ ଜୁଲାଇ​‌େ​‌ର ଘରୋଇ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା କୋହଲି ଖେଳିବେ। ଉକ୍ତ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ଈଶାନ୍ କିଷନ୍‌ ବ୍ୟାଟିଂ ମାନ୍ୟତାରେ ୨୧ଟି ସ୍ଥାନ ଉପରକୁ ଉଠି ୪୩ତମ ସ୍ଥାନରେ ରହିଛନ୍ତି। ଶ୍ରେୟସ ଆୟର ଗୋଟିଏ ସ୍ଥାନ ଉପରକୁ ଉଠି ୧୪ଶ ଏବଂ କେ.ଏଲ୍‌. ରାହୁଲ ୨ଟି ସ୍ଥାନ ତଳକୁ ଖସି ୧୧ଶ ସ୍ଥାନରେ ରହିଛନ୍ତି। ଦିନିକିଆରେ ଭାରତୀୟ ପେସ୍‌ ବୋଲର ଅର୍ଶଦୀପ ସିଂହ ୧୬ଟି ସ୍ଥାନର ଉନ୍ନତି ଘଟାଇ ୨୨ତମ ସ୍ଥାନ ହାସଲ କରିଛନ୍ତି। ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଭାରତୀୟ ବୋଲର ଭାବେ କୁଲଦୀପ ଯାଦବ ୭ମ ସ୍ଥାନରେ ଅଛନ୍ତି। ଆଫ୍‌ଗାନ ଲେଗ୍‌ସ୍ପିନର ରସିଦ୍ ଖାଁ ଶୀର୍ଷରେ ରହିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook