Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ

    Share on :
    ajab-Image
    Date: Jun 7, 2025    Views: 3068

    ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ରଥମ ଆଇପିଏଲ ବିଜୟ ଉତ୍ସବ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।  ଶୁକ୍ରବାର ଜଣେ ସମାଜସେବୀ କୋହଲିଙ୍କ ବିରୋଧରେ ବେଙ୍ଗାଲୁରୁର କ୍ୟୁବନ ପାର୍କ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ଦାଖଲ କରିଛନ୍ତି।
    ବିରାଟଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ବ୍ୟକ୍ତି ହେଲେ ଏଚଏମ୍ ଭେଙ୍କେଟେସ୍।ଏବଂ ତାଙ୍କ ଘର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ନିକଟ କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ। ବ୍ୟକ୍ତିଙ୍କ ଅଭିଯୋଗ ପରେ କ୍ୟୁବନ୍ ପାର୍କ ପୋଲିସ କହିଛି ଯେ ଅଭିଯୋଗକୁ ପୂର୍ବରୁ ପଞ୍ଜିକୃତ ମାମଲା ଅଧୀନରେ ବିଚାର କରାଯିବ ଏବଂ ତଦନ୍ତ ସମୟରେ ଏହାକୁ ଯାଞ୍ଚ କରାଯିବ।
    ବୁଧବାର ୧୮ ବର୍ଷ ପରେ ଆରିସିବି ପ୍ରଥମ ଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିବା ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ଦ୍ୱାରା RCB ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ କ୍ରିକେଟ୍ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ ରୁ ଅଧିକ ଆହତ ହୋଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook