Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଶିକ୍ଷକଙ୍କ ପାଦ ଛୁଇଁଲେ କୋହିଲ

    Share on :
    ajab-Image
    Date: Apr 29, 2025    Views: 2558

    ଭାରତୀୟ କ୍ରିକେଟର ବିରାଟ କୋହିଲ ଯେତେବେଳେ ଦିଲ୍ଲୀ ଫେରିଲେ ଏହା ସ୍ଥାନୀୟ ପ୍ରଶଂସକଙ୍କ ଖୁସିକୁ ଦ୍ୱିଗୁଣିତ କରିଥାଏ । ରବିବାର ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ଅରୁଣ ଜେଟଲି ଷ୍ଟାଡିୟମରେ ଖେଲାଯାଇଥିଲା । ସ୍ଥାନୀୟ ପ୍ରଶଂସକ ଘରୋଇ ଦଳ ନୁହେଁ କୋହିଲଙ୍କ ପାଇଁ ଷ୍ଟାଡିୟମ ଭରପୂର ରହିଥିଲା । କୋହିଲ ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳୁଥିଲେ ମଧ୍ୟ ପରିବେଶ ବହୁତ ଉତ୍ସାହଜନକ ଥିଲା । ପ୍ରଶଂସକମାନେ କୋହିଲଙ୍କ ଆକ୍ସନ ଦେଖିବାକୁ  ହିଁ ପଡ଼ିଆକୁ ଆସିଥିଲେ । କୋହିଲି ବି ପ୍ରଶଂସକଙ୍କ ମନ ଉଣା କରିନଥିଲେ । ଅର୍ଦ୍ଧଶତକୀୟ ପାଳି ଖେଳି ଦଳର କ୍ରମାଗତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲା । ମ୍ୟାଚ ପରେ ସେ ନିଜର ପିଲାବେଳର ପ୍ରଶିକ୍ଷକ ରାଜକୁମାର ଶର୍ମାଙ୍କୁ ଖୋଜିଥିଲେ । ତାଙ୍କୁ ପାଇବାପରେ ପାଦ ଛୁଇଁ ଦଣ୍ଡବତ କରିଥିଲେ । ସେ କୋହିଲଙ୍କ ପିଠିକୁ ସ୍ନେହରେ ଥାପୁଡ଼ି ଆଶୀର୍ବାଦ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook