Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରୋଷେଇ ପରେ ହାତ ଦୁର୍ଗନ୍ଧ ହେଉଛିକି, କରନ୍ତୁ ଏହି ଘରୋଇ ଉପଚାର

    Share on :
    ajab-Image
    Date: Jun 20, 2022    Views: 2635

    ରୋଷେଇ ଘରେ ଖାଦ୍ୟରେ ସୁଆଦ ଆଣିବା ପାଇଁ ଲୋକେ ସାଧାରଣତଃ ଗୋଟା ମସଲା ସହ ପିଆଜ, ଅଦା ଓ ରସୁଣର ଛେଚା କିମ୍ବା ବଟା  ବ୍ୟବହାର କରିଥାନ୍ତି । କିନ୍ତୁ ଏହାକୁ କାଟିବା ଦ୍ୱାରା ଏହାର ବାସ୍ନା ହାତରେ ରହିଯାଇଥାଏ । ଏହା ଅଧିକ ସମୟ ଧରି ରହିବା ଦ୍ୱାରା ବିରକ୍ତିଭାବ ଉପôନ୍ନ ହୋଇଥାଏ । କାରଣ ପିଆଜ ରସୁଣରେ ଥିବା ସଲଫର ଗୁଣ ଯୋଗୁଁ ହୋଇଥାଏ । କିନ୍ତୁ ଆପଣ କିଛି ଘରୋଇ ଉପଚାର କରି ଏଥିରୁ ମୁକ୍ତି ପାଇପାରିବେ ।

    -ହାତରୁ ପିଆଜ ରସୁଣର ଦୁର୍ଗନ୍ଧ ଛଡାଇବା ପାଇଁ ଷ୍ଟିଲ ବାସନରେ ଥଣ୍ଡା ପାଣି ନେଇ, ସେଥିରେ ହାତକୁ ଘଷନ୍ତୁ । ଏହା କରିବା ଦ୍ୱାରା ଏଥରେ ଥିବା ସଲଫର ଗୁଣ ଧାତୁ ସହ ପ୍ରତିକ୍ରିୟା ହୋଇଥାଏ ଓ ବାସ୍ନା କମିଯାଏ ।
    -ସେଓ ସିରକା ଏବଂ ଟୁଥପେଷ୍ଟ ମଧ୍ୟ ହାତରୁ ଦୁର୍ଗନ୍ଧ ହଟାଇବାରେ ସାହାଯ୍ୟ କରିଥାଏ ।
    -ଲେମ୍ବୁରସକୁ ହାତରେ ଲଗାଇ ହାତକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହା କରିବା ଦ୍ୱରା ଦୁର୍ଗନ୍ଧ ଚାଲିଯାଇଥାଏ ।
    - ଏହି ଗନ୍ଧ ହାତରୁ ହଟାଇବା ପାଇଁ ଆପଣ ହାତକୁ ହ୍ୟାଣ୍ଡୱାସ କରିବା ସହ ଏଥିରେ ଲୁଣ ମିଶାଇ ହାତରେ ସ୍କ୍ରବ କରନ୍ତୁ । ଏହା କରିବା ଦ୍ୱାରା ହାତରୁ ଦୁର୍ଗନ୍ଧ କମିଯାଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook