Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରୋଷେଇରେ କାମ ଆସିବ

    Share on :
    ajab-Image
    Date: Jun 1, 2023    Views: 2496

    ଭୁବନେଶ୍ୱର: ରୋଷେଇ କରିବା ସମୟରେ କେତୋଟି କଥା ଜାଣିରଖିଥିବା ନିହାତି ଜରୁରୀ ।
    - ଏଇ ଯେମିତି ତରକାରୀ ମସଲା ଯଦି ପୋଡ଼ିଯିବ, ଅଳ୍ପ ମାତ୍ରାରେ ଦହି ମିଶାଇଦିଅନ୍ତୁ । ପୋଡ଼ା ଗନ୍ଧ ଦୂରେଇଯିବ । 
    - ସାଲାଡ଼ରେ ଦହି ମିଶାଇବା ପୂର୍ବରୁ ପ୍ରଥମେ ଦହିରେ ଅଳ୍ପ ଲୁଣ ମିଶାନ୍ତୁ । ଏମିତି କଲେ, ଦହି ଖଟା ହେବନି । 
    - ଯଦି ଲେମ୍ବୁ ଆଚାର ଖରାପ ହୋଇଯାଇଛି, ସେଥିରେ ଅଳ୍ପ ପରିମାଣ ଭିନେଗାର ମିଶାଇବେ । 
    - ତରକାରିକୁ ବେଶୀ ସୁଆଦିଆ କରିବାକୁ ଚାହୁଁଥିଲେ, ପିଆଜ-ଅଦା-ରସୁଣ ବଟାରେ ୩-୪ଟି ପିସ୍ତାବାଦାମ ମିଶାଇ ବାଟିଦିଅନ୍ତୁ । ଦେଖିବେ, ତରକାରି କେତେ ସ୍ୱାଦିଷ୍ଟ ଓ ରୁଚିକର ଲାଗିବ । 
    - ବରା ଆଣ ତିଆରି କରିବାବେଳେ ସେଥିରେ ଅଧ କପ୍‌ ଦହି ମିଶାଇବେ । ବରା ଭାରି ସୁଆଦିଆ ଓ ନରମ ହେବ ।

    Maximum 500 characters

    ବିଶେଷ View all

    Find Us on Facebook