Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଜି କିସ୍ ଡେ' ପାଳିବେ ପ୍ରେମୀ ଯୁଗଳ

    Share on :
    ajab-Image
    Date: Feb 13, 2026    Views: 3281

    ଭୁବନେଶ୍ୱର: ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ହଗ୍ ଡେ(ଆଲିଙ୍ଗନ ଦିବସ)କୁ ନେଇ ଦେଖିବାକୁ ମିଳିଥିଲା ଏକ ସକାରାତ୍ମକ ଉତ୍ସାହ । ଜୀବନର ଭିଡ଼ ଭିତରେ ମଣିଷ ଯେଉଁଠି କଥା କହିବାକୁ ସମୟ ପାଉନାହିଁ, ସେଠି ଏକ ସରଳ ଆଲିଙ୍ଗନ ମାଧ୍ୟମରେ ଭାବନା ପ୍ରକାଶ କରୁଥିବାର ଦେଖାଯାଇଛି । କଲେଜ୍ କ୍ୟାମ୍ପସ, ଅଫିସ୍ ପ୍ରାଙ୍ଗଣ, ପାର୍କ ଓ ସାଧାରଣ ସ୍ଥାନରେ ଯୁବପିଢ଼ି ସହିତ ସମବୟସ୍କମାନେ ହଗ୍ ଡେକୁ ସ୍ନେହ ଓ ସମ୍ମାନର ପ୍ରତୀକ ଭାବେ ପାଳନ କରିଥିଲେ ।

    ଦୀର୍ଘ ସମୟ ପରେ ଭେଟ ହୋଇନଥିବା ସାଙ୍ଗସାଥୀ, ଦୂରେ ଥିବା ସମ୍ପର୍କୀୟମାନେ ଆଜି ଏକ ଆଲିଙ୍ଗନ ମାଧ୍ୟମରେ ପୁଣି ନିକଟତର ହୋଇଥିବା ଦେଖାଯାଇଛି । ଏଥିସହିତ ବିଭିନ୍ନ ପାର୍କ, କାଫେ, କଲେଜ୍ କ୍ୟାମ୍ପସ ହଗ୍ ଡେକୁ ନେଇ ଦେଖାଯାଇଥିଲା ଏକ ରୋମାଣ୍ଟିକ୍ ପରିବେଶ । ପ୍ରେମୀଯୁଗଳମାନେ ମଧ୍ୟ ଆଲିଙ୍ଗନକରି ମନର କଥା ପ୍ରକଟ କରିଥିଲେ । ଆଲିଙ୍ଗନ କରିବାଦ୍ୱାରା ମନର ଚାପ ଦୂରହେବା ସହିତ, ଏକାକୀପଣକୁ ଦୂର କରି ହୁଏ । ସେଥିପାଇଁ ଏହି ଦିବସକୁ ସାଙ୍ଗସାଥୀ ଓ ପ୍ରିୟପରିଜନଙ୍କ ସହିତ ପାଳନ କରାଯାଉଥିବାର ଦେଖାଯାଇଛି । ଶୁକ୍ରବାର ଭାଲେଣ୍ଟାଇନ୍ ସପ୍ତାହର ସପ୍ତାହ ସପ୍ତମ ଦିନ ଅର୍ଥାତ୍ ଫେବୃଆରୀ ୧୩ ତାରିଖ ଦିନ ପାଳନ ହୋଇଥାଏ କିସ୍ ଡେ' । ପ୍ରେମର ଭାବନାକୁ ଆହୁରି ଗଭୀର କରିବାକୁ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରିଥାନ୍ତି। କିସ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ସ୍ନେହ ଭାବନା ବଢିବା ସହ ଲଭ ପାର୍ଟନରଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook