ମୁଖ୍ୟ ଖବର
କଟକ: କିଟ୍ ପାଇଁ ପୁଣି ବଢ଼ିଲା ଅଡୁଆ । ଛାତ୍ରୀ ମୃତ୍ୟୁ ମାମଲାରେ ପକ୍ଷଭୁକ୍ତ ହେଲା କିଟ୍ ବିଶ୍ବବିଦ୍ୟାଳୟ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟକୁ ହାଇକୋର୍ଟଙ୍କ ନୋଟିସ ଜାରି । ଗତ ଫେବୃଆରୀ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଏହି ଘଟଣାରେ NHRC ଓ UGC କିଟକୁ ଦାୟୀ କରିଥିଲା । ଘଟଣାରେ ଆଇସିସି ସଠିକ୍ ତଦନ୍ତ କରିଛି ନାଁ ନାହିଁ । ତଦନ୍ତ କରୁଥିବା ଅଧିକାରୀ ଏହି ଘଟଣାରେ ଅନେକ ଦିଗ ଅଣଦେଖା କରିଛନ୍ତି । ୟୁଜିସି ନିୟମ ଅନୁଯାୟୀ ସବୁ ଦିଗରୁ ତଦନ୍ତ ହେବା ଆବଶ୍ୟକ କହିଛନ୍ତି ହାଇକୋର୍ଟ ।
ସବୁ ଅଭିଯୋଗ କିଟ୍ କତ୍ତୃପକ୍ଷଙ୍କ ବିରୋଧରେ ଯାଉଥିବା ହେତୁ ହାଇକୋର୍ଟରେ ଏହି ମମାଲା ରୁଜୁ ହୋଇଥିଲା । ତେଣୁ କିଟକୁ ମଧ୍ୟ ପକ୍ଷଭୁକ୍ତ କରିବା ପାଇଁ ହାଇ କୋର୍ଟରେ ଆବେଦନ କରାଯାଇଥିଲା, ଯାହାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏନେଇ ଗତକାଲି (ମଙ୍ଗଳବାର) ସୂଚନ ଦେଇଥିଲେ ଆବଦେନକାରୀଙ୍କ ଆଇନଜୀବୀ ଅନୁପ କୁମାର ମହାପାତ୍ର । ଗତ ଫେବୃଆରୀ ୧୬ ତାରିଖରେ କିଟର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ରାଜ୍ୟ ଓ ଦେଶବ୍ୟାପୀ ବେଶ ଆଲୋଡନ ସୃଷ୍ଟି କରିଥିଲା । ମମାଲର ଗୁରୁତ୍ୱକୁ ଦର୍ଶାଇ ସାମାଜିକ କର୍ମୀ ପ୍ରତାପ ମହାନ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ପୂର୍ବରୁ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତଦନ୍ତ ଶେଷ ହୋଇ ଚାର୍ଜସିଟ ଦାଖଲ ହୋଇଛି ବୋଲି ହାଇକୋର୍ଟଙ୍କୁ ସରକାର ଅବଗତ କରିଥିଲେ ।
ଗତ ଫେବୃଆରୀ ୧୬ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବିଟେକ୍ ତୃତୀୟ ବର୍ଷର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଥିଲେ । ଏପରି କି ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବାକୁ ଯାଇ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ସେମାନଙ୍କୁ ବଳ ପୂର୍ବକ କଟକ ଏବଂ ଭୁବନେଶ୍ବର ରେଳ ଷ୍ଟେସନରେ ଛଡା ଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା । ତେବେ ଏହି ଘଟଣାକୁ ରାଜ୍ୟ ସରକାର ଅତି ସମ୍ବେଦନଶୀଳ ସହ ନେଇଥିବା ବେଳେ କିଛି ଘଣ୍ଟା ମଧ୍ଯରେ ପୋଲିସ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲା ।
Comments ସମସ୍ତ ମତାମତ