Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପୋଲାର୍ଡ

    Share on :
    ajab-Image
    Date: Apr 21, 2022    Views: 5674

    ନୂଆଦିଲ୍ଲୀ: ଆଇପିଏଲ ଚାଲିଥିବା ବେଳେ ଏକ ବଡ ନିଷ୍ପତ୍ତି ନେଇଛନ୍ତି କିରନ ପୋଲାର୍ଡ । ୱେଷ୍ଟଇଣ୍ଡିଜର ଏହି ଷ୍ଟାର କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର ପରେ ଏବେ ଏଥିରେ ବିଶ୍ରାମ ନେଇଛନ୍ତି ପୋଲାର୍ଡ । ସେ ନିଜ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।
    କିରନ ପୋଲାର୍ଡ ପୋଷ୍ଟ କରି ଲେଖିଛନ୍ତି, ବହୁତ ଚିନ୍ତା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛି । ଅନେକ ଯୁବକଙ୍କ ଭଳି ମୋର ବି ଇଚ୍ଛା ଥିଲା ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିବା ଥିଲା । ମୁଁ ଗର୍ବର ସହ କହୁଛି ୧୫ ବର୍ଷ ଧରି ମୁଁ ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିଛି ।

    ଟି-୨୦ କ୍ରିକେଟର ଲିଜେଣ୍ଡ କୁହାଯାଇଥିବା ୩୪ ବର୍ଷିୟ ପୋଲାର୍ଡ ୱେଷ୍ଟଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି, ସେହିପରି ୧୦୧ ଟି-୨୦ ମ୍ୟାଚ ବି ଖେଳିଛନ୍ତି । ଦିନିକିଆରେ ପୋଲାର୍ଡ ୨୭୦୬ ରନ କରିଥିବା ବେଳେ ଟି-୨୦ରେ ୧୫୬୯ ରନ କରିଛନ୍ତି । ଏବେ ପୋଲାର୍ଡ ମୁମ୍ବାଇ ପାଇଁ ଆଇପିଏଲ ଖେଳୁଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook