ମୁଖ୍ୟ ଖବର
ତରଭା:ଧରାପଡ଼ିଲେ ଫେରାର୍ ପ୍ରେମିକ ଓ ନବବଧୂ । ବଲାଙ୍ଗୀର ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣାର ୩ ଦିନ ନାଟକରେ ପଡିଛି ଯବନିକା । ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ । ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ ।
ନବବଧୂ ଫେରାର ଘଟଣାରେ ପ୍ରେମିକ ଓ ପ୍ରେମିକାକୁ ଅଟକ ରଖିଛି ତରଭା ପୁଲିସ। ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୁଲିସ କହିଛି । ଗତ ୨୧ ତାରିଖ ରାତିରେ ବଲାଙ୍ଗୀର ସହର କାମାକ୍ଷୀ ନଗରରୁ ରିଙ୍କୁ ପଟେଲ ବର ବେଶରେ ବାହାରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବନ୍ଧପାଲି ସ୍ଥିତ ରଶ୍ମିଙ୍କ ସହିତ ବୈଦିକ ରୀତିନୀତିରେ ବାହାଘର ସଂମ୍ପର୍ଣ୍ଣ ହୋଇଥିଲା । ଅଗ୍ନୀକୁ ସାଖୀ ରଖି ବିବାହ ହେବାପରେ ହାତଗଣ୍ଠି ପଡ଼ିଥିଲା । ଝିଅ ବିଦାୟୀ ହେଲା ବେଳକୁ ହସଖୁସୀରେ ଘରକୁ ନେଇ ଆସୁଥିଲେ ବର । ଆଉ ଠିକ୍ ଆସିବା ବାଟରେ ତରଭା ଥାନା ନୂଆଁ ବନ୍ଧ ନିକଟରେ ନବବିବାହିତା କନ୍ୟାର ପ୍ରେମିକା ଏକ ଧଳାରଙ୍ଗର ମାରୁତି ଗାଡିରେ ପହଞ୍ଚି ସେଠାରେ ତାଙ୍କୁ ଅଟକାଇ ଥିଲା। କନ୍ୟାକୁ ନେଇ ନିଜ କାର ଭିତରେ ବସାଇ ଚମ୍ପଟ ମାରିଥିଲା ।
ଶିଶୁପାଳ ହୋଇ ବର ରିଙ୍କୁ ଏନେଇ ତରଭା ଥାନାର ଦ୍ଵାରସ୍ଥ ହୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେତରଭା ପୁଲିସ ଏକ ମାମଲା ରୁଜୁ କରି ବୌଦ୍ଧ ଜିଲ୍ଲାର ବଡ଼ଛପାପାଳି ଗ୍ରାମର ପ୍ରେମିକ ସଞ୍ଜୀବ ସାହୁଙ୍କ ସହ ଫେରାର ମାରିଥିବା ପ୍ରେମିକା ରଶ୍ମିକୁ ଖୋଜା ଖୋଜି କରୁଥିଲା । ଆଜି ପ୍ରେମିକ ସଞ୍ଜୀବ ସାହୁଙ୍କ ଓ ପ୍ରେମିକା ରଶ୍ମିକୁ ତରଭା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
Comments ସମସ୍ତ ମତାମତ