Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ୟୁସନ ଯିବା ରାସ୍ତାରେ ନାବାଳିକା ଛାତ୍ରୀକୁ ଅପହରଣ

    Share on :
    ajab-Image
    Date: Sep 18, 2023    Views: 3480

    ବେତନଟୀ : ବୈଶିଙ୍ଗା ଥାନା ଅଧୀନ ମେର୍ଦ୍ଦା ପଞ୍ଚାୟତର ପୋଇଶିଳା ଗ୍ରାମର ଜନୈକା ୧୬ ବର୍ଷୀୟା ନାବାଳିକା ଟ୍ୟୁସନ ଯିବା ରାସ୍ତାରେ ଅପହରଣ ହୋଇଯାଇଥିବାବେଳେ ନାବାଳିକାର ମାଆ ଥାନାରେ ଦେଇଛନ୍ତି ଲିଖିତ ଅଭିଯୋଗ। ପୋଇଶିଳା ଗ୍ରାମର ନଳିନ ମହାପାତ୍ରଙ୍କ ଝିଅ ଦିବ୍ୟାଶା ମହାପାତ୍ର(୧୬) ସାନମାଣିଦା ସ୍ଥିତ ତାଙ୍କ ବଡ଼ଭାଇ ସୁନୀଲ ମହାପାତ୍ରଙ୍କ ଘରୁ ଶୁକ୍ରବାର ସନ୍ଧ୍ୟାରେ ଟ୍ୟୁସନ ବାହାରି ଯାଇଥିବାବେଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଟ୍ୟୁସନ ଶିକ୍ଷକଙ୍କ ନିକଟରେ ପହଞ୍ଚି ନଥିଲେ। ପରେ ଖବର ପାଇ ପରିବାର ଲୋକ ଦିବ୍ୟାଶାକୁ ଚାରିଆଡେ ଖୋଜାଖୋଜି କରିଥିଲେ ବି କିଛି ସନ୍ଧାନ ପାଇନଥିଲେ।

    ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଝିଅର କିଛି ସନ୍ଧାନ ନପାଇ ନିରାଶ ହେବାପରେ ନାବାଳିକାଙ୍କ ମାଆ ମମତା ମହାପାତ୍ର ବୈଶିଙ୍ଗା ଥାନାରେ ଝିଅର ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ ଓ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନରହରିପୁର ଅଞ୍ଚଳର ୨ ଜଣଙ୍କୁ ସନ୍ଦେହ କରୁଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ପୁଲିସ ଏନେଇ ୩୫୬/୨୩ନଂ ରେ ଏକ ଅପହରଣ ମାମଲା ରୁଜୁ କରି ଅପହୃତା ନାବାଳିକାକୁ ଖୋଜିବାର ପ୍ରୟାସ ଆରମ୍ଭ କରିଛି। 

    Maximum 500 characters

    ତାଜା ଖବର View all

    Find Us on Facebook