Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଖାରବେଳ ସ୍ୱାଇଁଙ୍କ ବିସ୍ଫୋରକ ମନ୍ତବ୍ୟ, ଜାଣିଲେ ହେବେ ଚକିତ

    Share on :
    ajab-Image
    Date: Apr 4, 2022    Views: 72230

    ଧର୍ମେନ୍ଦ୍ର ପ୍ରଥମେ ବିଜେପିର ରାଜ୍ୟ ସଭାପତି ହୁଅନ୍ତୁ
    ନବୀନଙ୍କ ବିରୋଧରେ ନକହିବା ପାଇଁ କେନ୍ଦ୍ରୀୟ ନେତାମାନେ କହିଥିଲେ
    ଏବେ ଆରଏସଏସରେ ମୋର ବିରୋଧୀ ନାହାନ୍ତି
    ଗୌତମ ଆଦାନୀଙ୍କ ପାଇଁ ମୁଁ ୨୦୧୪ରେ ବିଜେପିକୁ ଯାଇପାରିନଥିଲି 

    ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ରାଜ୍ୟ ରାଜନୀତି ସମ୍ପର୍କରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  । ଏକ ସାକ୍ଷାତକାରରେ ଖାରବେଳ ଯାହା କହିଛନ୍ତି ତାହା ବିଜେପି ଶିବିରକୁ ଆଲୋଡ଼ିତ କରିଛି  । ସେହିପରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବା ପାଇଁ ବିଜେପିରେ ନେତା ନାହାନ୍ତି  । ନବୀନ ବିଜେପିର ଶ୍ରେଷ୍ଠ ବନ୍ଧୁ ଥିବାରୁ ତାଙ୍କ ବିରୋଧରେ କିଛି ନକହିବା ପାଇଁ କେନ୍ଦ୍ରୀୟ ନେତାମାନେ କହିଥିଲେ  । ଆଡ଼ଭାନୀଙ୍କୁ ପୂର୍ବରୁ ବିଜେପି ନେତାମାନେ ବିଜେଡ଼ିର ଷ୍ଟ୍ରାଟେଜି ସମ୍ପର୍କରେ ଜଣାଇଥିଲେବି ନବୀନଙ୍କ ବିରୋଧରେ ନଲାଗିବାକୁ ପରାମର୍ଶ ଦିଆଯାଇଥିଲା ବୋଲି ସେ କହିଛନ୍ତି  । ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ସହ ‘ଜବାବ ସୁଆଲ’ ସାକ୍ଷାତକାର ଅବସରରେ ଖାରବେଳ ଏହା କହିଛନ୍ତି  ।

    ଏକ ସାକ୍ଷାତକାରରେ ଖାରବେଳ ସ୍ୱାଇଁ କହିଛନ୍ତିଯେ, ନବୀନ ପଟ୍ଟନାୟକ ବାହା ହୋଇନାହାନ୍ତି  । ସେ ନିଜ ପାଇଁ କିଛି କରିନାହାନ୍ତି  । ତେଣୁୁ ଲୋକଙ୍କର ଧାରଣା ରହିଛି ନବୀନ ବାବୁ ଭଲ ଲୋକ  । ସେ ଭଲ କାମ କରୁଛନ୍ତି ବୋଲି ଲୋକେ ଭାବୁଛନ୍ତି  । ସେହିପରି ବିଜେଡ଼ିକୁ ବିଜେପି ହିଁ ଗଢ଼ିବା ସହ ମଜବୁତ କରିଥିଲା  । ଅନେକ ବିଜେଡ଼ି ନେତାଙ୍କ ପାଇଁ ବାଜପେୟୀ ନିଜେ ଯାଇ ପ୍ରଚାର କରିଥିଲେ  । ନବୀନ ବାବୁ ଜଣେ ବହୁ ଚତୁର ଓ ସୁବିଧାବାଦୀ ନେତା  । ଆମେ ବିଜେପିକୁ ଦୃଢ଼ କରିବାକୁ ଚିନ୍ତା କଲୁନାହିଁ  । ୨୦୦୯ ପରଠାରୁ ଆମେ ନିଷ୍ପତ୍ତି ନେଇପାରିନାହୁଁ  । ତେବେ ୨୦୨୪ରେ ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବ ବୋଲି ଶ୍ରୀ ସ୍ୱାଇଁ ବାହାସ୍ଫୋଟ ମାରିବାକୁ ପଛାଇନାହାନ୍ତି  ।

    ସେ କହିଲେଯେ, ବିଜେପି ଓଡ଼ିଶାରେ ନଜିତିଲେ ଚଳିବ ବୋଲି କେନ୍ଦ୍ରୀୟ ନେତାମାନେ ଭାବୁଥିଲେ  । କିନ୍ତୁ ଏବେ ଓଡ଼ିଶାରେ ସରକାର ଗଢ଼ିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରୀୟ ବିଜେପି ନେତାମାନେ ଅନୁଭବ କରିଛନ୍ତି  । ଓଡ଼ିଶାରେ କିଏ ବିଜେପିର ନେତୃତ୍ୱ ନେବେ ମାସେ ଦି ମାସ ପରେ ଏନେଇ ସଂକେତ ମିଳିବ  । ଯେପର୍ଯ୍ୟନ୍ତ ନବୀନଙ୍କୁ ମୁକାବିଲା କରିବା ଭଳି ସ୍ଥାନୀୟ ନେତୃତ୍ୱ ନବାହାରିବେ ସେପର୍ଯ୍ୟନ୍ତ ବିଜେପି ଜିତିପାରିବ ନାହିଁ  । ନଚେତ ପଶ୍ଚିମବଙ୍ଗ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ  । ଧିରେଧିରେ ବିଜେପିକୁ ଶକ୍ତି ଥିବା ଭଳି ଲୋକମାନେ ଆସିବାକୁ ଆରମ୍ଭ କରିଛନ୍ତି  ।

    ମୋ ଉପରେ ଅତ୍ୟାଚାର କରାଗଲା ବୋଲି ମୁଁ ସହ୍ୟ କରିପାରିଲିନି  । ତେଣୁ ବିଜେପି ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲି  । ଉତ୍କଳ ଭାରତ ଫେଲ ମାରିଗଲା  । ନବୀନଙ୍କୁ ମୁକାବିଲା କରିବା ଭଳି ଆମର ସାମର୍ଥ୍ୟ ନଥିଲା  । ଏବେ ଆରଏସଏସରେ ମୋର ଆଉ କେହି ବିରୋଧି ନାହାନ୍ତି  । ମୁଁ ୨୦୧୪ରେ ପୁଣି ବିଜେପିକୁ ଫେରିଥା’ନ୍ତି  । କିନ୍ତୁ ନବୀନ ବାବୁ ମୋତେ ସାଂସଦ କରାଇ ନଦେବା ପାଇଁ ଏବେକାର ପୁରୀ ସାଂସଦଙ୍କ ଜରିଆରେ ଗୌତମ ଆଦାନୀଙ୍କ ସହ ଯୋଗାଯୋଗ କଲେ  । ତେଣୁ ମୁଁ ଆଉ ବିଜେପିକୁ ଯାଇପାରିଲି ନାହିଁ  । ସେହିପରି ଧର୍ମେନ୍ଦ୍ର ପ୍ରଧାନ ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତେବେ ରାଜ୍ୟ ସଭାପତି ହୁଅନ୍ତୁ  । ଅନ୍ୟ ରାଜ୍ୟରେ ବିଜେପି ନେତାମାନେ ରାଜ୍ୟ ସଭାପତି ହୋଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook