Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ଦ ରହିବ ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା,ଗଡ଼ିବନି ଗାଡ଼ି

    Share on :
    ajab-Image
    Date: Mar 22, 2023    Views: 3896

    ଭୁବନେଶ୍ୱର: ଏଣିକି ଯାନବାହନ ଚଳାଚଳ ପାଇଁ ବନ୍ଦ ରହିବ ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା। ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାକୁ ବନ୍ଦ କରିଛି ପ୍ରତ୍ନତତ୍ତ୍ୱ ବିଭାଗ।

    ପର୍ୟ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବାକୁ ଦୀର୍ଘ ଦିନରୁ ଏ ପଦକ୍ଷେପ ନେବାକୁ ଯୋଜନା କରିଥିଲା ଏଏସଆଇ । ତାସହ ଭାରିଯାନ ଚାଲିବା ଫଳରେ ଐତିହ୍ୟ ସ୍ଥଳ ଉପରେ ବିପଦ ଥିବାରୁ ଉକ୍ତ ରାସ୍ତା ଦେଇ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରିଦିଆଯାଇଛି।ପାର୍କିଂ ସ୍ଥଳୀରୁ କୀର୍ତ୍ତିରାଜି ଯାଏଁ ବୟସ୍କ ଲୋକଙ୍କ ପାଇଁ ଖୁବଶୀଘ୍ର ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା କରିବାକୁ କହିଛି ଏଏସଆଇ। ଏପଟେ ଯାନବାହନ ବନ୍ଦ ହୋଇଥିବାରୁ ଦୈନିକ ଯିବାଆସିବା କରୁଥିବା ଲୋକେ ଏବଂ ବ୍ୟବସାୟୀ ଅଧିକ ବାଟ ବୁଲି ବୁଲି ଆସିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook