Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜାନୁଆରୀ ୨୩ରୁ ଖଣ୍ଡଗିରି ମହାକୁମ୍ଭମେଳା

    Share on :
    ajab-Image
    Date: Nov 18, 2025    Views: 3932

    ଭୁବନେଶ୍ୱର: ୨୦୨୬ ଜାନୁଆରୀ ୨୩ରେ ଆରମ୍ଭ ହେବ ଖଣ୍ଡଗିରିର ମହାକୁମ୍ଭମେଳା । ଯାହା ଫେବ୍ରୁଆରୀ ପହିଲାଯାଏ ଚାଲିବ । ଏହି ଉପଲକ୍ଷେ ପ୍ରକାଶ ପାଇବ ସ୍ମରଣିକା । ୧୪୪ଜଣଙ୍କୁ କୁମ୍ଭମେଳାର ସାଧୁସନ୍ଥ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏ ବର୍ଷ କୁମ୍ଭମେଳାରେ ଭାରତର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଊଦ୍ଧ୍ୱର୍ ସାଧୁସନ୍ଥ ଯୋଗଦେବେ । କାରଣ ମାଘ ପୂର୍ଣ୍ଣିମାରେ ରବି ପୁଷ୍ୟା ଯୋଗ ପଡ଼ୁଥିବାରୁ ଏହା ଏକ ମହାନ୍ ସଂଯୋଗ ବୋଲି ଖଣ୍ଡଗିରି ସ୍ଥିତ ପାଦୁକା ଆଶ୍ରମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ଅଧ୍ୟକ୍ଷ ତଥା କୁମ୍ଭମେଳାର ଆବାହକ ବାବା ପଞ୍ଚଦେବ ।
    ଏ ସମ୍ପକରେ ସୂଚନା ଦେଇ ସେ କହିଛନ୍ତି ଯେ, ସନାତନ ବୈଦିକ ଧର୍ମ ନୀତି ଅନୁଯାୟୀ ପଞ୍ଚ ମହାଯଜ୍ଞ ପାଳନ କରାଯିବ । ଏଥର କୁମ୍ଭମେଳାରେ ସାଧୁସନ୍ଥମାନେ କୌଣସି ଗୁଣି, ଗାରେଡି, ଝଡ଼ା ଫୁଙ୍କା ରୋଗ ପ୍ରଭୃତି ଭଲ ହେବା ଅପସଂସ୍କୃତିକୁ ପ୍ରଶ୍ରୟ ଦେବେ ନାହିଁ । ଏହି ଅବସରରେ ବାବା ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ସୁବର୍ଣ୍ଣ ଜୟନ୍ତୀ ତଥା କଳି ପ୍ରବେଶ ୫୧୨୬ ବର୍ଷ ପୂର୍ତ୍ତି ପାଳନ କରାଯିବ ବୋଲି କହିଥିଲେ । ଭୁବନେଶ୍ୱର ମହାନଗର ନିଗମ ଓ ଓଡ଼ିଶା ସଂସ୍କୃତି ବିଭାଗ ଚଳିତ କୁମ୍ଭମେଳା-୨୦୨୫ ହାତକୁ ନେଇଛନ୍ତି । ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, ବାବୁ ପ୍ରଧାନ ଖଣ୍ଡଗିରିର ବିଶିଷ୍ଟ ବ୍ୟକ୍ତିବିଶେଷ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ସଂଯୋଜକ ଚନ୍ଦନ ଦାସ, ଆଲୋକ ଦାସ, ବାବା କୃଷ୍ଣ ଦାସ, ବାବା ବାବୁଲି ଦାସ, ବାବା ଭାସ୍କର ଦାସ, ବାବା କଲ୍ୟାଣୀ ଦାସ, ବାବା ଶୁକ ଦାସ, ମହନ୍ତ ପୂର୍ଣ୍ଣାନନ୍ଦ ଦାସ, ପାଦୁକା ଆଶ୍ରମର ମଠାଧିଶ ବାବା ନବ କିଶୋର ଦାସ ଏବଂ ଆଶ୍ରମର ଶ୍ରଦ୍ଧାଳୁ, ସାଧୁସନ୍ଥଉପସ୍ଥିତ ଥିଲେ । ଶାନ୍ତିପାଠ ପୂର୍ବକ ସଭାକାର୍ୟ୍ୟ ସମାପ୍ତ କରାଯାଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook