ମୁଖ୍ୟ ଖବର
ଚେନ୍ନାଇ ବିପକ୍ଷ ଶନିବାର ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପରାମର୍ଶଦାତା କେଭିନ ପିଟରସନ ମାଳଦ୍ୱୀପ ଗସ୍ତ କରିଛନ୍ତି । ପରିବାର ସହ ସେ ସେଠାକୁ ଛୁଟି କାଟିବାକୁ ଯାଉଥିବା ନିଜ ‘ଏକ୍ସ’ ଫୃଷ୍ଠାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହାର ଶିରୋନାମା ରେ ଲେଖିଛନ୍ତି, ‘ମାଳଦ୍ୱୀପ ଆଗମନ, କିଛି ସମୟ ଲାଗି ବିରକ୍ତି କରନି’ । ମାଳଦ୍ୱୀପ ଗସ୍ତ ଲାଗି ସେ ଗୁରୁବାର ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷ ମ୍ୟାଚରେ ଅନୁପସ୍ଥିତ ରହିବେ । ହେଲେ ୧୩ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଘରୋଇ ମ୍ୟାଚ ବେଳେ ସେ ଦଳ ସହ ଯୋଗ ଦେବାର ସମ୍ଭାବନା ରହିଛି ।
Comments ସମସ୍ତ ମତାମତ