Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଶପଥ ନେବେ ସତୀଶନ

    Share on :
    ajab-Image
    Date: May 18, 2026    Views: 2683

    ତିରୁଅନନ୍ତପୁରମ୍ : କଂଗ୍ରେସର ବରିଷ୍ଠ ନେତା ଭି.ଡି. ସତୀଶନ ସୋମବାର କେରଳମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍‌) କେରଳମ୍ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ସତୀଶନଙ୍କୁ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇଛି। ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ପୂର୍ବାହ୍ଣ ୧୦ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ୧୪୦ ଆସନ ବିଶିଷ୍ଟ କେରଳମ୍ ବିଧାନସଭାରେ ୟୁଡିଏଫ୍‌ ମୋଟ ୧୦୨ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଛି। ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ-ମନୋନୀତ ଭି.ଡି. ସତୀଶନ ତାଙ୍କର ୨୦ ଜଣିଆ ମନ୍ତ୍ରିମଣ୍ଡଳର ତାଲିକା ରାଜ୍ୟପାଳଙ୍କୁ ଦେଇଛନ୍ତି। ମନୋନୀତ ମନ୍ତ୍ରୀମାନେ ମଧ୍ୟ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏଥିରେ କଂଗ୍ରେସ ଦଳରୁ ୧୧ଜଣ ଓ ଆଇୟୁଏମ୍‌ଏଲ୍‌ର ୫ଜଣ ମନ୍ତ୍ରୀ ରହିଛନ୍ତି। ତେବେ ଏହି ମନ୍ତ୍ରୀ ତାଲିକାକୁ ନେଇ କଂଗ୍ରେସ ଦଳ ଓ ସହଯୋଗୀ ଦଳଗୁଡିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବରିଷ୍ଠ ବିଧାୟକ ତିରୁଭାନଚୂର ରାଧାକୃଷ୍ଣଙ୍କୁ ବାଚସ୍ପତି ଓ ସାନିମୋଲ ଉସମାନଙ୍କୁ ଉପବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ସତୀଶନ କ୍ରମାଗତ ୬ଷ୍ଠ ଥର ପାଇଁ ପାରାଭୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ୨୦୨୧ ମସିହାରୁ ୨୦୨୬ ପର୍ଯ୍ୟନ୍ତ କେରଳମ୍ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ ଏବଂ ଗତ ନିର୍ବାଚନରେ ଦଳର ପ୍ରଚାରର ମୁଖ୍ୟ ଚେହେରା ଥିଲେ। ୟୁଡିଏଫ୍‌ ମେଣ୍ଟରେ କଂଗ୍ରେସ ସର୍ବାଧିକ ୬୩ଟି ଆସନ ପାଇଥିବାବେଳେ ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍‌ (ଆଇୟୁଏମ୍‌ଏଲ୍‌) ୨୨ଟି, କେରଳ କଂଗ୍ରେସ ଯୋଶେଫ୍ ୭, ଆରଏସ୍‌ପି ୩, ​‌େ​‌କରଳ କଂଗ୍ରେସ ଜ୍ୟାକବ୍, ଆରଏମ୍‌ପିଓଆଇ, କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟି ଗୋଟିଏ ଲେଖାଏଁ ଆସନ ପାଇଛନ୍ତି। ୟୁଡିଏଫ୍‌କୁ ସମର୍ଥନ କରୁଥିବା ସ୍ବାଧୀନ ବିଧାୟକ ୪ଜଣ ଅଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook