Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 14, 2026    Views: 2299

    ନୂଆଦିଲ୍ଲୀ: ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ। ନିର୍ବାଚନର ୧୦ ଦିନ ପରେ ନୂଆଦିଲ୍ଲୀ କଂଗ୍ରେସ୍ ମୁଖ୍ୟାଳୟରେ ପ୍ରେସମିଟ୍‌ରେ ନାଁ ଘୋଷଣା କଲା ଦଳ। ଭି.ଡି. ସତୀଶନ୍ ଙ୍କ ଉପରେ ମୋହର ଲଗାଇଛନ୍ତି ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ। ୬୧ ବର୍ଷୀୟ ସତୀଶନ ଏଥରକୁ ମିଶାଇ ମୋଟ ୬ ଥର କେରଳ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୨୧ରୁ ୨୦୨୬ ପର୍ୟ୍ୟନ୍ତ ସେ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ରହିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ଜଣ ଦୌଡ଼ରେ ଥିଲେ। ସତୀଶନଙ୍କ ସହିତ ଲୋକସଭା ସାଂସଦ କେସି ଭେନୁଗୋପାଳ ଓ ଦଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା, ଯିଏ ଏଥର ମଧ୍ୟ ହରିପାଦ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।  

    ନୂଆଦିଲ୍ଲୀରେ ସତୀଶନଙ୍କ ନାଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ଅବସରରେ କଂଗ୍ରେସ ନେତ୍ରୀ ଦୀପା ଦାସମୁନସୀ କହିଥିଲେ, ତିରୁଅନନ୍ତପୁରମରେ ମେ’ ୭ ତାରିଖରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ସେଠାରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଯେ କଂଗ୍ରେସ ଅଧ୍ୟକ୍ଷ ବିଧାୟକ ଦଳର ନେତାଙ୍କୁ ବାଛିବେ। ସେହିକ୍ରମରେ ଭିଡି ସତୀଶନଙ୍କୁ କେରଳ କଂଗ୍ରେସର ବିଧାୟକ ଦଳର ନେତା ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook