Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜେଲ ଗଲେ କେଜ୍ରିଓ୍ବାଲ

    Share on :
    ajab-Image
    Date: Apr 1, 2024    Views: 4373

    ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ନିରାଶ ହେଲେ କେଜ୍ରିଓ୍ବାଲ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲାନି ଆଶ୍ବସ୍ତି । ଆସନ୍ତା ୧୫ ତାରିଖ ଯାଏଁ ଜେଲରେ ରହିବେ ସେ । ଆଜି ଦ୍ବିତୀୟ ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡ ଶେଷ ହେବାକୁ ଥିବା ବେଳେ ରାଉଜ ଆଭେନ୍ୟୁ କୋର୍ଟ ୧୫ ଦିନ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ ମହିଳା ବିଚାରପତି କାବେରୀ ବାଓ୍ବେଜା ଏହି ରାୟ ଶୁଣାଇଛନ୍ତି ।

    ପ୍ରକାଶଥାଉକି, ପୂର୍ବରୁ ମାର୍ଚ୍ଚ ୨୮ ତାରିଖରେ ମଧ୍ୟ କେଜ୍ରିଓ୍ବାଲଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିନଥିଲା । ଏପ୍ରିଲ ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ପଠାଇଥିଲେ କୋର୍ଟ । ତେବେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଇବା ସମୟରେ ପତ୍ନୀ ସୁନୀତା, ଆପ ନେତା ସୌରଭ ଭରଦ୍ବାଜ, ଆତିଶୀ, ଗୋପାଳ ରାୟଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook