Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କରୁଣ ନାୟାର ଦଳରୁ ବାଦ

    Share on :
    ajab-Image
    Date: Sep 25, 2025    Views: 3417

    ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସିରିଜ୍ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଦେବଦତ୍ତ ପାଡିକଲ ଦଳକୁ ଫେରିଛନ୍ତି । ଇଂଲଣ୍ଡ ଗସ୍ତରେ ଖେଳିଥିବା କରୁଣ ନାୟାରଙ୍କୁ ଦଳରୁ ବାଦ ଦିଆଯାଇଛି ।  ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
    କରୁଣ ନାୟାରଙ୍କୁ ସିରିଜ୍ ପାଇଁ ଦଳରେ ସାମିଲ କରାଯିବ ନାହିଁ ବୋଲି ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା । ଇଂଲଣ୍ଡ ଗସ୍ତରେ ତାଙ୍କର ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ନଥିଲା, ଏବଂ ଠିକ୍ ତାହା ହିଁ ଘଟିଛି । ଏହି ସମୟରେ, ଇଂଲଣ୍ଡ ଗସ୍ତ ପାଇଁ ଦଳରୁ ବାଦ ପଡ଼ିଥିବା ଅକ୍ଷର ପଟେଲ ଫେରିଛନ୍ତି । ଦେବଦତ୍ତ ପାଡିକଲ ମଧ୍ୟ ଦଳକୁ ଫେରିଛନ୍ତି ।
    ୧୫ ଜଣିଆ ଦଳ: ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକଲ, ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରାହ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ପ୍ରସିଦ୍ଧ କିଷ୍ଣା, କୁଲଦୀପ ଯାଦବ ।

    Maximum 500 characters

    ଖେଳ ଖବର View all

    Find Us on Facebook