Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଲୋକଙ୍କ ସେବା ହିଁ ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ର: ପାଣ୍ଡିଆନ

    Share on :
    ajab-Image
    Date: Feb 14, 2024    Views: 3353

    ଯାଜପୁର: ଯାଜପୁରରୁ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ। କୁସୁମାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀଙ୍କୁ ଶାଣିତ ସ୍ୱରରେ କଟାକ୍ଷ କରିଛନ୍ତି ପାଣ୍ଡିଆନ। ଯାଜପୁର କୁସୁମାରେ ସାଧାରଣ ସଭାରେ ଯୋଗଦେଇ ନାଁ ନନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ୫ଞ ଅଧ୍ୟକ୍ଷ । ଓଡ଼ିଶାରେ ବିଜେପି ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଥରେ ଯାଜପୁର ବୁଲିକି ଯାଆନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

    କ୍ଷମତା ନୁହେଁ, କି ଚୌକି ଲୋଭ ନୁହେଁ । ଲୋକଙ୍କ ସେବା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳମନ୍ତ୍ର । ସରକାର ଗଠନ ନୁହେଁ ବରଂ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣ ଲୋକଙ୍କ ଆଶୀର୍ବାଦ ପାଉଛି । କ୍ଷମତା ପଛରେ ନଦୌଡ଼ି ସେ ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଛନ୍ତି । ଏ ବୟସରେ ବି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଯେଉଁଥିପାଇଁ ୨୪ ବର୍ଷ ଧରି ଓଡ଼ିଶାବାସୀ ତାଙ୍କୁ ଭରସା କରିଛନ୍ତି । କ୍ଷମତାଲୋଭୀଙ୍କୁ ଆଗାମୀଦିନରେ ଜନତା ଜବାବ ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

    Maximum 500 characters

    ରାଜନୀତି View all

    Find Us on Facebook