Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    ଭୋଟ ଦେଉଛି କର୍ଣ୍ଣାଟକ

    Share on :
    ajab-Image
    Date: May 10, 2023    Views: 4119

    ବେଙ୍ଗାଲୁରୁ: ଆଜି ସକାଳ ୭ଟା ବେଳେ କର୍ଣ୍ଣାଟକ ବିଧାନସଭା ନିମନ୍ତେ ୨୨୪ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ବିପୁଳ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, କର୍ଣ୍ଣାଟକବାସୀଙ୍କୁ ବିଶେଷକରି, ଯୁବା ତଥା ପ୍ରଥମ କରି ଭୋଟ୍‌ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଭୋଟର୍‌ମାନଙ୍କୁ ଅନୁରୋଧ ସୋମନେ ବିପୁଳ ସଂଖ୍ୟାରେ ଆସି ଭୋଟ୍‌ ଦେବା ସହିତ ଗଣତନ୍ତ୍ରର ଏହି ମହୋତ୍ସବକୁ ସମୃଦ୍ଧ କରନ୍ତୁ।

    ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟରେ ଉତ୍ତମ ଶାସନ, ବିକାଶ ଓ ସମୃଦ୍ଧି ଲାଗି ବହୁସଂଖ୍ୟାରେ ଆସି ଭୋଟ୍‌ ଦେବାକୁ ମତ ଗ୍ରହଣ ଦିନରେ କର୍ଣ୍ଣାଟକର ଭାଇଭଉଣୀଙ୍କୁ ଅନୁରୋଧ କରୁଛି। ଆପଣଙ୍କର ଖଣ୍ଡିଏ ‌ଭୋଟ୍‌ ଏକ ଜନସପକ୍ଷ ଓ ବିକାଶସପକ୍ଷ ସରକାରକୁ ସୁନିଶ୍ଚିତ କରିପାରେ, ଯାହା ରାଜ୍ୟକୁ ପ୍ରଗତିର ନୂତନ ଶିଖରକୁ ନେଇଚାଲିବ। ସେହିପରି, ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟର ସମସ୍ତ ଭୋଟର୍‌, ବିଶେଷତଃ ପ୍ରଥମ ଥର ପାଇଁ ଭୋଟ୍‌ ଦେଉଥିବା ତରୁଣ ଓ ମହିଳାମାନଙ୍କୁ ମୋର ଅନୁରୋଧ ସେ‌ମାନେ ନିଶ୍ଚିତରୂପେ ଭୋଟ୍‌ ଦେଇ ଏହି ଗଣତନ୍ତ୍ରିକ ଉତ୍ସବ ପାଳନ୍ତୁ। ରାଜ୍ୟର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସାମଗ୍ରିକ ବିକାଶ ନିମନ୍ତେ ନିଶ୍ଚୟ ଭୋଟ୍‌ ଦିଅନ୍ତୁ ବୋଲି ସମସ୍ତଙ୍କୁ ଏତଦ୍ଦ୍ବାରା ଅନୁରୋଧ ଜଣାଉଛି।

    କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭୋଟର୍‌ମାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ଲେଖିଛନ୍ତି, ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ପରିବର୍ତ୍ତନ ପାଇଁ ବହୁସଂଖ୍ୟାରେ ଯାଇ ‌ଭୋଟ୍‌ ଦେବାକୁ କର୍ଣ୍ଣାଟକର ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛି। ଏଥିସହ, ୟେଦିୟୁରପ୍ପା ସପରିବାର ଶିକାରୀପୁରସ୍ଥିତ ଶ୍ରୀହୁଚାରାୟ ସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ପୁଅ ବି. ୱାଇ. ବିଜୟେନ୍ଦ୍ର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ‌ ଆଜି ସକାଳ ୭ଟା ଆରମ୍ଭ ହୋଇଥିବା ମତ ଗ୍ରହଣ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ମତଦାନ କରିବା ପାଇଁ ଭୋଟର୍‌ମାନେ ରାଜ୍ୟର ବିଭିନ୍ନ ବୁଥ୍‌ରେ ଧାଡ଼ିବାନ୍ଧି ଠିଆ‌ ହୋଇଛନ୍ତି। ଭୋଟ୍‌ ଦେଇସାରି ଅଭିନେତା ପ୍ରକାଶ ରାଜ୍‌ କହିଛନ୍ତି, ଆମେ ସାମ୍ପ୍ରଦାୟିକ ରାଜନୀତି ବିପକ୍ଷରେ ଭୋଟ୍‌ ଦେଇଛୁ। କର୍ଣ୍ଣାଟକ ସୁନ୍ଦର ହେଉ ବୋଲି ଆମେ ଚାହୁଁ। ଏହାଛଡ଼ା, ସିଦ୍ଦଗଙ୍ଗା ମଠର ସ୍ବାମୀ ସିଦ୍ଦଲିଙ୍ଗ ମଧ୍ୟ ତୁମକୁରୁ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି।

    Maximum 500 characters

    karnatak election View all

    Find Us on Facebook