Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ଆପଣେଇଲା ନୂଆ ତରିକା

    Share on :
    ajab-Image
    Date: Apr 25, 2023    Views: 4299

    କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି  । ଗୋଟିଏ ପଟେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଉପରେ ଭରସା କରି ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପାଇଁ କିଛି ତରିକା ଆପଣାଇଛି  । ଦଳ ତରଫରୁ ଏଥର ପ୍ରାର୍ଥୀ ଚୟନକୁ ପ୍ରାଧାନ୍ୟ ଦିଆଯାଇଛି  । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଗୁରୁବାର ଦିନ ଦ୍ୱିତୀୟ ପର୍ୟ୍ୟାୟରେ ୪୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ କଂଗ୍ରେସ ଏପର୍ୟ୍ୟନ୍ତ ୧୬୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।

    ସେପଟେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଗୋପାଳ କୃଷ୍ଣ, ଓ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ୨ଜଣ ଏମଏଲସିଙ୍କୁ କଂଗ୍ରେସ ତରଫରୁ ଟିକେଟ ଦିଆଯାଇଛି । ଏହା ବ୍ୟତୀତ ଜେଡିଏସ ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଶ୍ରୀନିବାସଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି  । ୨୨୪ ବିଧାନସଭା ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ପାଇଁ ମେ’୧୦ ତାରିଖରେ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ ହେବ । 

    Maximum 500 characters

    karnatak election View all

    Find Us on Facebook