Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କର୍ଣ୍ଣାଟକ ନିର୍ବାଚନ: ଷ୍ଟାର ପ୍ରଚାରକ ଭରସାରେ ନେତା

    Share on :
    ajab-Image
    Date: Apr 25, 2023    Views: 4654

    କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଗ୍ଲାମର ତଡକା  । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜନୈତିକ ଦଳ ଭୋଟରକୁ ଆକୃଷ୍ଟ କରିବାକୁ ଫିଲ୍ମ କଳାକାରଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି  । କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରୁଛନ୍ତି କନ୍ନଡ ସୁପରଷ୍ଟାର କିଚା ସୁଦୀପ  । ଷ୍ଟାର କ୍ୟାମ୍‌ପେନର ଭାବେ ସେ ବିଜେପି ପାଇଁ କରୁଛନ୍ତି ପ୍ରଚାର  । ଗତ କିଛି ଦିନ ହେବ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା  । ହେଲେ ସବୁ ଚର୍ଚ୍ଚାକୁ ଖଣ୍ଡନ କରି ନିର୍ବାଚନ ଲଢିବେ ନାହିଁ, କେବଳ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି  ।

    ଏକ ସାମ୍ବାଦିକ ସମ୍ମିଳନୀରେ କୀଚା ସୁଦୀପ କହିଥିଲେ, ବିଜେପି ତାଙ୍କୁ ଦରକାର ବେଳେ ସାହାର୍ଯ୍ୟ କରିଥିଲା, ତେଣୁ ନିର୍ବାଚନ ବେଳେ ସେ ବିଜେପି ସମର୍ଥନରେ ପ୍ରଚାର କରିବେ  । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଦଳ ସହ ତାଙ୍କର କୌଣସି ସମ୍ପର୍କ ନାହିଁ  । କେବଳ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ତାଙ୍କ ଦଳକୁ ସମର୍ଥନ କରିବେ  । ସେ ଯେଉଁ ପାର୍ଟିରେ ରହିଥିଲେ, ସେ ତାଙ୍କୁ ସମର୍ଥନ କରିବା କଥା କହିଛନ୍ତି  । ସାଉଥ ଫିଲ୍ମ ସହ ବଲିଉଡର ଜଣାଶୁଣା ଚେହେରା ହେଉଛନ୍ତି କୀଚା ସୁଦୀପ  । ଫୁଙ୍କ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ସଲମାନଙ୍କ ଫିଲ୍ମ ଦବଙ୍ଗ ୨ରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ  ।

    Maximum 500 characters

    karnatak election View all

    Find Us on Facebook