Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କର୍ଣ୍ଣାଟକ ନିର୍ବାଚନ: ବିଜେପି-କଂଗ୍ରେସ ମୁହାଁମୁହିଁ

    Share on :
    ajab-Image
    Date: Apr 26, 2023    Views: 3771


    ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି  । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦ୍ୱିତୀୟ ଦିନରେ କର୍ଣ୍ଣାଟକରେ ର‍୍ୟାଲି କରିଛନ୍ତି  । ଗତକାଲି ଶାହ ହାସନରେ ର‍୍ୟାଲି କରିଥିବାବେଳେ ଆଜି ବଗଲକୋଟରେ ର‍୍ୟାଲି କରିଛନ୍ତି  । ବଗଲକୋଟ ର‍୍ୟାଲିରେ ଉଦ୍‌ବୋଧନ ଦେଇ ଶାହ କଂଗ୍ରେସ ଏବଂ ଜେଡିଏସ୍‌ ଉପରେ ଆକ୍ରମଣ କରିଛନ୍ତି  । ଶାହ କହିଛନ୍ତି, ଯଦି ଭୋଟରମାନେ ରାଜ୍ୟରେ ସର୍ବାଙ୍ଗୀନ ବିକାଶ, ଶାନ୍ତି ଏବଂ ସ୍ଥିରତା ଚାହୁଛନ୍ତି ତେବେ ସେମାନେ ବିଜେପିକୁ ଭୋଟ୍‌ ଦିଅନ୍ତୁ  ।

    ଶାହା ଚେତାବନୀ ଦେଇ କହିଛନ୍ତି ଯେ ଦି କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରେ ତେବେ ରାଜ୍ୟରେ ଦୁର୍ନୀତି, ତୁଷ୍ଟୀକରଣ ରାଜନୀତି ଏବଂ ଦଙ୍ଗା ହେବ  । ଶାହ କହିଛନ୍ତି, ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନ ଜିତିବାକୁ ଚାହୁଛି  । କିନ୍ତୁ ବିଜେପି ଛାଡିଥିବା ନେତାଙ୍କ ଉପରେ କଂଗ୍ରେସ ଯେଉଁ ଭରସା କରିଛି ସେଥିରୁ କଂଗ୍ରେସକୁ କିଛି ଫାଇଦା ମିଳିବନି  । ବିଜେପି ଛାଡିଥିବା ନେତାମାନେ ନିର୍ବାଚନ ହାରିବେ ବୋଲି ଶାହ କହିଛନ୍ତି  । ଶାହ ମଧ୍ୟ ଭୋଟରଙ୍କୁ କହିଛନ୍ତି ଜେଡିଏସକୁ ଭୋଟ୍‌ ଦେବାର ଅର୍ଥ ହେଉଛି କଂଗ୍ରେସକୁ ଭୋଟ୍‌ ଦେବା  । ଯଦି ଆଣଙ୍କ ଭୋଟ୍‌ କଂଗ୍ରେସକୁ ଯିବାପାଇଁ ଆପଣ ଚାହୁନାହାନ୍ତି ତେବେ ଆପଣ ବିଜେପିକୁ ଭୋଟ୍‌ ଦିଅନ୍ତୁ ବୋଲି ଶାହ କହିଛନ୍ତି  । ଶାହ କହିଛନ୍ତି, ଚଳିତ ବିଧାନସଭା ନିର୍ବାଚନ କେବଳ ବିଧାୟକଙ୍କୁ ବାଛିବା ପାଇଁ ହୋଇନି ବରଂ ରାଜ୍ୟର ଭବିଷ୍ୟତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଛାଡିବା ପାଇଁ ଏହା ପ୍ରକୃଷ୍ଟ ସମୟ  । 


    ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିଛନ୍ତି  । ମହୀଶୁରରେ ଆଜି ଭୋଟରମାନଙ୍କୁ ଉଦବୋଧନ ଦେଇ ପ୍ରିୟଙ୍କା ବିଜେଡି ଉପରେ ବର୍ଷିଛନ୍ତି  । ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ଏଠାକୁ ଆସି କହୁଛନ୍ତି ଯେ ବିରୋଧୀ ଦଳ ନେତା ତାଙ୍କ କବର ଖୋଳିବାକୁ ଚାହୁଁଛନ୍ତି  । ତେବେ ଏହା କି ପ୍ରକାର କଥାବର୍ତ୍ତା  । ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଚାହାନ୍ତି  । ପ୍ରିୟଙ୍କା କହିଛନ୍ତି, ଶେଷ ଥର ପାଇଁ ଲୋକମାନେ ଜେଡିଏସ୍‌ ଏବଂ କଂଗ୍ରେସକୁ ନିର୍ବାଚିତ କରିଥିଲେ । କିନ୍ତୁ ବିଜେପି ଟଙ୍କା ବଳରେ ଏହି ସରକାରକୁ ଚୋରାଇ ନେଇଥିଲା । ତେଣୁ ଲୋମାନେ ବୁଝି ବିଚାରି ଭୋଟ ଦେବା ପାଇଁ ପ୍ରିୟଙ୍କା କହିଛନ୍ତି । 

     

    Maximum 500 characters

    karnatak election View all

    Find Us on Facebook