Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    Share on :
    ajab-Image
    Date: Jun 3, 2026    Views: 2498

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ ଜି ପରମେଶ୍ବର ଶପଥ ନେଇଛନ୍ତି । ଏହି ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁ ଗାନ୍ଧିଙ୍କ ସହିତ କଂଗ୍ରେସ ବହୁ ବରିଷ୍ଠ ନେତା ସାମିଲ୍ ହୋଇଛନ୍ତି ।କର୍ଣ୍ଣାଟକରେ ଆଜିଠୁ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । କଂଗ୍ରେସ କ୍ରାଇସିସ୍ ମ୍ୟାନେଜର ତଥା ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବୁଧବାର ଅପରାହ୍ଣ ୪ଟା ୫ମିନିଟରେ ବେଙ୍ଗାଲୁରୁ ଲୋକସେବା ଭବନର ‘ଗ୍ଲାସ୍ ହାଉସ’ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଶିବକୁମାରଙ୍କ ସହିତ ଜି ପରମେଶ୍ବର ଉପମୁଖ୍ୟମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଗତ ତିନି ବର୍ଷ ଧରି କର୍ଣ୍ଣାଟକ କଂଗ୍ରେସରେ ବିବାଦ ଲାଗି ରହିଥିଲା । ଏହାକୁ ସମାଧାନ କରିବାରେ ବିଫଳ ହୋଇଥିଲେ ସିଦ୍ଦରମୈୟା । ଯାହାଫଳରେ ତାଙ୍କୁ ଦାୟିତ୍ବରୁ ହଟିବାକୁ ପଡ଼ିଛି । କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେବା ପରେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ଗତ ଶନିବାର ଦିନ ତାଙ୍କୁ ଆନୁଷ୍ଠାନିକ ଭାବେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା । ତେବେ ଡି.କେଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁତ୍ର ୟତୀନ୍ଦ୍ରଙ୍କ ସହିତ ଅନ୍ୟ ୧୨ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

    ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଯେଉଁ ୧୩ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନେ ହେଲେ: ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର, ସିଦ୍ଦରମୈୟାଙ୍କ ପୁଅ ୟତୀନ୍ଦ୍ର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ପୁତ୍ର ପ୍ରିୟଙ୍କ ଖଡଗେ, କେ.ଏଚ୍ ମୁନିୟାପ୍ପା, କେ.ଜେ ଜର୍ଜ, ରାମଲିଙ୍ଗା ରେଡ୍ଡୀ, ଏମ.ବି ପାଟିଲ, ସତୀଶ ଜାରକିହୋଲି, କ୍ରିଷ୍ଣା ବାଇରେଗୌଡା, ୟୁ.ଟି ଖାଦର, ଈଶ୍ୱର ଖଣ୍ଡ୍ରେ, ବାଇରତି ସୁରେଶ, ଶରଣ ପ୍ରକାଶ ପାଟିଲ ଆଦି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook