Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପିଅନ୍ତୁ କଲରା ଜୁସ୍ ମିଳିବ ଅହେତୁକ ଫାଇଦା

    Share on :
    ajab-Image
    Date: Sep 23, 2022    Views: 2699

    ଭୁବନେଶ୍ୱର: କଲରାର ସ୍ୱାଦ ପିତା ହେଲେ ମଧ୍ୟ ସେଥିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି । ଆମକୁ ନୀରୋଗ ରଖିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ୍-ସି ମଧ୍ୟ ପ୍ରଚୁର ପରିମାଣରେ ରହିଛି । ତେବେ ଜାଣନ୍ତୁ ଏହାର ସ୍ୱାସ୍ଥ୍ୟଉପକାରୀ ଗୁଣ ସମ୍ପର୍କରେ...

    ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହାର ଆଣ୍ଟି-ଅକ୍ସିଡାଣ୍ଟ୍ ଓ ଆଣ୍ଟି-ଇମ୍ ଫ୍ଲାମେଟୋରୀ ଗୁଣ ପାଇଁ ବାହାର ଜୀବାଣୁକୁ ଏହା ଶରୀର ଭିତରକୁ ଯିବାକୁ ଦିଏ ନାହିଁ ।

    ଏଥିରେ ଭିଟାମିନ୍-ଏ ଥିବାରୁ ଏହା ଶରୀରରେ ଚର୍ମ ଗଠନ କରିଥାଏ । ପ୍ରତିଦିନ କଲରା ଖାଇବା ଆଖି ପାଇଁ ମଧ୍ୟ ମହୌଷଧି ସଦୃଶ କାମ କରେ ।

    ହାର୍ଟ ଏବଂ ଡାଇବେଟିସ ରୋଗୀମାନେ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ । କାରଣ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ ।

    ଏଥିରୁ ପ୍ରସ୍ତୁତ ଜୁସ୍ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ।

    ଉଚ୍ଚ ରକ୍ତଚାପ, ଆଜମା ଭଳି ମାରାତ୍ମକ ରୋଗକୁ ଏହା କିଛି ମାତ୍ରାରେ ମଧ୍ୟ କମାଇଥାଏ ।

    କଲରାରେ କ୍ୟାଲୋରୀ, ଫ୍ୟାଟ୍ ଏବଂ କାର୍ବୋହାଇଡେ଼୍ରଟ୍ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖେ । ଏହା ସହ ଯକୃତରୁ ବାଇଲ୍ ଏସିଡ୍ କ୍ଷରଣ କରି ମେଟାବୋଲିଜିମରେ ପରିଣତ କରିଥାଏ ।

    ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ । ଏହା ଶରୀରରେ ଆଲର୍ଜି ହେବାକୁ ଦିଏନାହିଁ । ଶରୀରରେ ଯଦି କ୍ୟାନସର କୋଷ (ସେଲ୍) ବୃଦ୍ଧିକୁ କେତେକାଂଶରେ ରୋକିବାରେ ସକ୍ଷମ ହୋଇଥାଏ କଲରା ।

    କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ ।

    Maximum 500 characters

    ବିଶେଷ View all

    Find Us on Facebook