Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫାଇନାଲ ମ୍ୟାଚ୍‌ ଦେଖିବାକୁ ନିମନ୍ତ୍ରଣ କରାଯାଇ ନଥିଲା : କପିଳ

    Share on :
    ajab-Image
    Date: Nov 20, 2023    Views: 3304

    ନୂଆଦିଲ୍ଲୀ:  କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଫାଇନାଲ ମ୍ୟାଚ୍‌ ଦେଖିବାକୁ ବିସିସିଆଇ ତରଫରୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଫାଇନାଲ ମ୍ୟାଚ୍‌ ଦେଖିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା କହିଛନ୍ତି ପୂର୍ବତନ ଅଧିନାୟକ କପିଳ ଦେବ। କପିଳଙ୍କ ନେତୃତ୍ବରେ ଭାରତୀୟ ଦଳ ୧୯୮୩ ବିଶ୍ବକପ୍‌ ଜିତିଥିଲା।

    ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କପିଳ ଦେବ କହିଥିଲେ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ସେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଯାଇ ନାହାନ୍ତି। ବିଶ୍ବକପ୍‌ ପରି ବୃହତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ବ୍ୟସ୍ତ ରହିଥିବାରୁ ବିସିସିଆଇ ପଦାଧିକାରୀମାନେ ବୋଧହୁଏ ତାଙ୍କୁ ନିମନ୍ତ୍ରଣ କରିବା କଥା ଭୁଲି ଯାଇଛନ୍ତି ବୋଲି କପିଳ କଟାକ୍ଷ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook