Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବୀନଙ୍କୁ ଭେଟିଲେ କାନିମୋଝୀ

    Share on :
    ajab-Image
    Date: Oct 14, 2021    Views: 3620

     ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’କୁ ବିରୋଧ କରିଆସୁଛି ତାମିଲନାଡୁ । ତାଙ୍କର ଯୁକ୍ତି ହେଉଛି, ଏହା ଧନୀ ଓ ସମ୍ପ୍ରାନ୍ତ ଶ୍ରେଣୀର ପିଲାଙ୍କୁ ସୁହାଉଛି । ରାଜ୍ୟ ବୋର୍ଡରେ ପଢୁଥିବା ପିଲାଙ୍କ ଅପେକ୍ଷା ସିବିଏସଇ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ସୁହାଉଛି । ତେଣୁ ଏହା ବିରୋଧରେ ବିଭିନ୍ନ ରାଜ୍ୟ ସରକାର ମାନଙ୍କ ସହଯୋଗ ଲୋଡୁଛନ୍ତି ତାମିଲନାଡୁ ସରକାର । ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରତିନିଧି ଭାବରେ ଡିଏମକେ ସଂସଦୀୟ ଦଳ ଉପନେତା କାନିମୋଝୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

    ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି କାନିମୋଝୀ । ଡିଏମକେ ସଂସଦୀୟ ଦଳର ଉପନେତା ନବୀନଙ୍କୁ ଭେଟିବା ପଛରେ ଏକ ବଡ ଉଦ୍ଦେଶ୍ୟ ରହିଛି । ସର୍ବ ଭାରତୀୟ ମେଡିକାଲ ପରୀକ୍ଷା ନିଟରେ ଗ୍ରାମାଞ୍ଚଳ ଓ ଗରିବ ପରିବାରର ଛାତ୍ରଛାତ୍ରୀ ସାମ୍ନା କରୁଥିବା ସମସ୍ୟା ବାବଦରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଏକ ଚିଠି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ପରୀକ୍ଷାକୁ ଇନକ୍ଲୁସିଭ କରିବା ପାଇଁ ଅର୍ଥାତ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ ଓଡିଶା ସରକାରଙ୍କ ସମର୍ଥନ ଲୋଡିଛନ୍ତି ।


    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ ନିଟ ସମେତ ଆଇଆଇଟି ଏବଂ ୟୁପିଏସସି ଭଳି ସର୍ବଭାରତୀୟ ପରୀକ୍ଷାରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ।
    ସର୍ବଭାରତୀୟ ମେଡିକାଲ ପରୀକ୍ଷା ନିଟ୍ । ଏହି ପରୀକ୍ଷାକୁ ୟୁଜି ଓ ପିଜି ପିଲା ଦେଇଥାନ୍ତି । ଏଲୋପାଥି ମେଡିସିନ, ଦନ୍ତ ଚିକିତ୍ସା ବିଭାଗ, ଆୟୁଷ, ହୋମିଓପାଥି ମେଡିସିନ ପଢିବାକୁ ଚାହୁଁଥିବା ପିଲା ଏହି ପରୀକ୍ଷା ଦିଅନ୍ତି । ତେବେ ତାମିଲନାଡୁରେ ନିଟ୍ ପରୀକ୍ଷାକୁ ନେଇ ବିବାଦ ୨୦୧୭ରୁ ଚାଲିଛି ।
    ନିଟ୍ ପରୀକ୍ଷା ଦ୍ୱାରା ସରକାରୀ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପିଲା, ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କେବଳ ଧନି ଓ ସମ୍ଭ୍ରାନ୍ତ ଶ୍ରେଣୀର ପିଲାଙ୍କୁ ସୁହାଉଛି ନିଟ୍ ପରୀକ୍ଷା । ଅଧିକାଂଶ ସିବିଏସଇ ଅଧୀନରେ ପାଠପଢ଼ୁଥିବା ପିଲା ନିଟରେ କୃତକାର୍ୟ୍ୟ ହେଉଛନ୍ତି । ବାଦ ପଡୁଛନ୍ତି ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।

    ଗତ ୧୨ ସେପ୍ଟେମ୍ବରରେ ନିଟ୍ ପରୀକ୍ଷା ଥିଲା । ତାର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୧ ସେପ୍ଟେମ୍ବରରେ ତାମିଲନାଡୁର ଗୋଟିଏ ଯୁବକ ଆତ୍ମହତ୍ୟା କରିଥିଲା । କାରଣ ଥିଲା ୩ ଥର ନିଟ୍ ପରୀକ୍ଷା ଦେଇ ମଧ୍ୟ ସେ କୃତକାର୍ୟ୍ୟ ହୋଇପାରିନଥିଲେ ।

    ୧୧ ସେପ୍ଟେମ୍ବରରେ ଛାତ୍ର ଆତ୍ମହତ୍ୟା ପରେ ତାମିଲନାଡୁ ସରକାର ବିଧାନସଭାରେ ନୂଆ ବିଲ୍ ଆଣିଛନ୍ତି । ବିଲ ଅନୁସାରେ, ଯୁକ୍ତ ଦୁଇରେ ରଖିଥିବା ମାର୍କ ଅନୁସାରେ, ଡାକ୍ତରୀ ପାଠ ପଢ଼ିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀ ଚୟନ ହେବେ । ଏଥିସହ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ନାମଲେଖାରେ ୭ ଦଶମିକ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook