Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଲ୍ୟାଣ ବାନାର୍ଜୀ ମୌସୁମୀ ଅଧିବେଶନରୁ ନିଲମ୍ବିତ

    Share on :
    ajab-Image
    Date: Jul 23, 2026    Views: 2855

    ନୂଆଦିଲ୍ଳୀ:  ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ପୁରା ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ସେ ସଂସଦୀୟ କାର୍ଯ୍ୟକାଳ ସମୟରେ ଜଣେ ବିଦ୍ରୋହୀ ଟିଏମସି ମହିଳା ସାଂସଦଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତାଙ୍କ ବିରୋଧରେ ଲୋକସଭାରେ ଅଭିଯୋଗ ଦାଖଲ ହୋଇଥିଲା। ଅର୍ଜୁନ ରାମ ମେଘୱାଲ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ, କଲ୍ୟାଣ ବାନାର୍ଜୀଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଥିଲା।ଲୋକସଭାରେ ମହିଳା ସଦସ୍ୟଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରିବା କାରଣରୁ ଟିଏମ୍ସିର କଲ୍ୟାଣ ବାନାର୍ଜୀଙ୍କୁ ପୁର ମୌସୁମୀ ଅଧିବେଶନରୁ ନିଲମ୍ବିତ କରିବାର ପସ୍ତାବ ପାସ୍ କରାଯାଇଥିଲା। ଲୋକସଭାର ଅଧ୍ୟକ୍ଷତା କରୁଥିବା କୃଷ୍ଣା ପ୍ରସାଦ ଟେନେଟି କହିଛନ୍ତି, ମହିଳା ସାଂସଦଙ୍କ ବିରୋଧରେ ଏଭଳି ଅପମାନଜନକ ମନ୍ତବ୍ୟ ଦେବା ସଂସଦର ଗାରିମା କ୍ଷୁର୍ଣ୍ଣ କରିଛି।ବୁଧବାରର ମୌସୁମୀ ଅଧିବେଶନ ମଧ୍ୟ ହଟ୍ଟଗୋଳ ଦ୍ୱାରା ପ୍ରଭାବିତ ହୋଇଥିଲା। ଫଳସ୍ୱରୂପ, ଲୋକସଭାକୁ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ରାଜ୍ୟସଭାରେ ବର୍ତ୍ତମାନ ଗୃହ କାର୍ଯ୍ୟ ଚାଲିଛି।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ବଡ଼ ଧରଣର ପରାଜୟ ବରଣ କରିଥିଲା। ଏହା ପରେ ଅନେକ ସାଂସଦ ଏବଂ ବିଧାୟକ ତାଙ୍କ ଦଳ ଛାଡିଥିଲେ। ଏହି ସାଂସଦମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)ରେ ଯୋଗ ଦେଇଥିଲେ। ଏ ୨୦ ଜଣ ଟିଏମସି ସାଂସଦ ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ କରି ଏନସିପିଆଇରେ ଯୋଗ ଦେଇଥିଲେ। ସେମାନେ ଲୋକସଭାରେ ଟିଏମସି ସାଂସଦମାନଙ୍କଠାରୁ ପୃଥକ ଭାବରେ ବସିବା ଆରମ୍ଭ କରିଥିଲେ। ଏନ୍‌ସିପିଆଇ ସାଂସଦମାନେ ଶାସକ  ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମର୍ଥନ ଜଣାଇଥିଲେ।
    ବୁଧବାର ବିରୋଧୀ ଦଳ ହଟ୍ଟଗୋଳ ପରେ ଲୋକସଭା ମୁଲତବୀ କରିବା ସମୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ତାଙ୍କର କିଛି ପୂର୍ବତନ ଦଳୀୟ ସହଯୋଗୀ ଏବଂ ଏନ୍‌ସିପିଆଇ ସାଂସଦଙ୍କ ସହ ବିତର୍କ କରିଥିଲେ। ବିତର୍କରେ ସାମିଲ ହୋଇଥିବା NCPI ସଦସ୍ୟଙ୍କ  ମଧ୍ୟରେ ମିତାଲି ବାଗ୍, ଶତାବ୍ଦୀ ରାୟ ଏବଂ କାକୋଲି ଘୋଷ ଦସ୍ତିଦାର ଥିଲେ। କାହିଁକି ବିତର୍କ ଆରମ୍ଭ ହୋଇଥିଲା ତାହା ସ୍ପଷ୍ଟ ହୋଇନଥିଲା। କିଛି ବିରୋଧୀ ସଦସ୍ୟ ହସ୍ତକ୍ଷେପ କରି ଉଭୟ ପକ୍ଷକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ କିଛି ବିରୋଧୀ ସାଂସଦ କ'ଣ ଘଟିଛି ବୋଲି ପଚାରିଲେ, କଲ୍ୟାଣ ବାନାର୍ଜୀ ଗୃହ ଛାଡି ଚାଲିଯାଇଥିଲେ।ଏହାପରେ ମିତାଲି, ଦସ୍ତିଦାର ଏବଂ ଅନ୍ୟ କିଛି ଏନସିପିଆଇ ସଦସ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ଚାମ୍ବରରେ ଭେଟିବାକୁ ଗଲେ। ତା'ପରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook