ମୁଖ୍ୟ ଖବର
ଭଞ୍ଜନଗର : କଳିଙ୍ଗା ଘାଟି ଅନ୍ଧାରକୋଟ ନିକଟରେ ଏକ ରେଲିଂ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିବା ଘଟଣା ସାମନାକୁ ଆସିଛି । ଏଥିରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ଗୋଡ଼ ଛିଣ୍ଡିଯାଇ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଛି ।
ଗୁରୁତରଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଛି । ଘୁ.ଉଦୟଗିରି ଥାନା ଅଧିକାରୀ ନରେଶ ସାହୁ ଓ ଏସଆଇ ବିଭୂତି ଭୂଷଣ ମୁଦୁଲି ଘଟଣାସ୍ଥଳରେ ପହଞ୍ଚô ଛିଣ୍ଡା ଗୋଡ଼କୁ ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ସୂଚନା ମିଳିଛି । ରାତି ପ୍ରାୟ ୯ଟା ବେଳେ କନ୍ଧମାଳ ପଟରୁ ଭଞ୍ଜନଗର ଆଡ଼କୁ ଯାଉଥିବା ଟ୍ରେନ ଅନ୍ଧାରରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା ।
Comments ସମସ୍ତ ମତାମତ