Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଥର ୭ ନୁହେଁ, ୮ ଦିନ ଚାଲିବ କଳିଙ୍ଗ ବାଲିଯାତ୍ରା

    Share on :
    ajab-Image
    Date: Oct 2, 2023    Views: 3521

    ପାରାଦ୍ବୀପ: ପାଖେଇ ଆସୁଛି ବାଲିଯତ୍ରା । ବନ୍ଦର ନଗରୀ ପାରାଦ୍ବୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଗହଳି ଖୋଲିବ ଭଳି କି ଭଳି ଦୋକାନ । ଯାହାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପଠାରେ ଥିବା ବିଜୁ ମୈଦାନରେ ଚଳିତ ବର୍ଷ ନଭେମ୍ବର ୨୭ରୁ ୮ ଦିନ ବ୍ୟାପି ଚାଲିବ କଳିଙ୍ଗ ବାଲିଯାତ୍ରା । ପ୍ରତ୍ୟେକ ବର୍ଷ କଳିଙ୍ଗ ବାଲିଯାତ୍ରା ୭ ଦିନ ଧରି ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଆଉ ଏକ ଦିନକୁ ବଢ଼ାଇ ଦିଆ ଯାଇଛି ।
    ତେବେ ଚଳିତ ବର୍ଷ ୮ ଦିନ ଧରି ଚାଲିବ ବାଲିଯାତ୍ରା । ଏଥିସହ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାର ମାନଙ୍କୁ ନିମନ୍ତ୍ରିତ କରାଯିବ। ଓଡ଼ିଶାର ଲୋକକଳାକୁ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । କଳା ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ ପାରାଦ୍ୱୀପ ବିଜୁ ମୈଦାନରେ ଆୟୋଜିତ ହୋଇ ଆସୁଥିବା କଳିଙ୍ଗ ବାଲିଯାତ୍ରା ଓଡ଼ିଶାରେ ଅନ୍ୟତମ । ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାନ୍ତି । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଚଳିତ ବର୍ଷ ୭ ଦିନରୁ ୮ ଦିନକୁ ବଢ଼ିବାକୁ ପ୍ରସ୍ତାବ ଆସିଥିଲା । ତେବେ ସର୍ବ ସମ୍ମତି କ୍ରମେ ତାହା ଗୃହିତ ହୋଇଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook