Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ନିମାପଡ଼ା କାଳୀପୂଜାର ନିଆରା ପରମ୍ପରା

    Share on :
    ajab-Image
    Date: Oct 14, 2022    Views: 3059

    ନିମାପଡ଼ା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପବିତ୍ର କାର୍ତ୍ତିକମାସରେ ମା’କାଳୀଙ୍କ ପୂଜା ଦେବୀପୀଠରେ ଅନୁଷ୍ଠିତ ହୋଇଥାଏ । ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ ପାଇଁ ବିଭିନ୍ନ ସ୍ତାନରେ ମା’କାଳୀଙ୍କ ପାଖରେ ବଳି ଦିଆଯାଇଥାଏ । ହେଲେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଭୋଦର ଗ୍ରାମରେ ଘୋଷାଲା ପରିବାର ପକ୍ଷରୁ ଅନୁଷ୍ଠିତ ପାରମ୍ପରିକ କାଳୀପୂଜାରେ ମା’ଙ୍କ ପାଖରେ ପଶୁ ବଦଳରେ ପ୍ରତୀକ ବଳି ଦିଆଯାଏ । ଘୋଷାଲ ପରିବାରରେ ପାଳିତ ଗାଈଠାରୁ ସଂଗୃହୀତ କ୍ଷୀର ଓ ଭକ୍ତମାନଙ୍କ ମାନସିକ ଶତାଧିକ ଲିଟର କ୍ଷୀରରେ ଖୁଆ ତିଆରି କରାଯାଏ । ସେହି ଖୁଆରେ ୩ଟି ଛେଳିମୂର୍ତ୍ତି ତିଆରି କରାଯାଇ ପୂଜକ ଖଣ୍ଡାରେ ହାଣି ମା’ କାଳୀଙ୍କ ପାଖରେ ବଳି ଦେଇଥାନ୍ତି । ଏହାକୁ କ୍ଷୀର ଛାଗବଳି ବା ଖୁଆ ଛାଗବଳି ବୋଲି କୁହାଯାଏ । ଏହି କ୍ଷୀର ଛାଗବଳିରେ ଭୋଦର ଗ୍ରାମର କାଳୀମାତା ସନ୍ତୁଷ୍ଟ ହୋଇଥାନ୍ତି ।

    ଭୋଦର ଗ୍ରାମର ଘୋଷାଲ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ମା’ କାଳୀଙ୍କ ପାରମ୍ପରିକ ପୂଜା ବହୁ ପ୍ରାଚୀନ । ଏହି ପରିବାର ପକ୍ଷରୁ ପୁରୁଷାନୁକ୍ରମେ ୧୩୦୭ ଖ୍ରୀଷ୍ଟାବ୍ଦରୁ ମା’ କାଳୀଙ୍କର ପୂଜା ଅନୁଷ୍ଠିତ ହୋଇଆସୁଛି । ଏହା ଦୀର୍ଘ ୭ ଶହ ବର୍ଷର ପରମ୍ପରା । ଗ୍ରାମରେ ଅନୁଷ୍ଠିତ ସାର୍ବଜନୀନ ମା’ କାଳୀଙ୍କ ପୂଜା କାର୍ତ୍ତିକ ମାସ ଚତୁର୍ଦ୍ଧଶୀ ଓ ଅମାବାସ୍ୟା ଦିନ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଚତୁର୍ଦ୍ଧଶୀ ଦିନ ଅନୁଷ୍ଠିତ ପୂଜାରେ ମା’ଙ୍କ ସ୍ନାନ, ଚକ୍ଷୁଦାନ, ଆବାହନ, ପରେ ବାଳଭୋଗରେ ପିଠାପଣା, ଫଳ, ଚୁଡ଼ାଘଷା, କ୍ଷୀର ଆଦି ଭୋଗ ହେବାପରେ ଅନ୍ନଭୋଗ ହୋଇଥାଏ । ନିଶାର୍ଦ୍ଧରେ ମା’ଙ୍କ ପାଖରେ ପଡେ କ୍ଷୀର ଛାଗବଳି । ଏହି ବଳି ପଶୁମନ୍ତ୍ରରେ ଦିଆଯାଇଥାଏ । ସେତେବେଳେ ମା’ଙ୍କୁ ବୈଦିକ ମନ୍ତ୍ର ଏବଂ ତାନ୍ତ୍ରିକ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥାଏ । ପରେ ରାତ୍ରର ଶେଷ ପ୍ରହରରେ ମା’ଙ୍କ ପାଖରେ ମାଛ ତରକାରି, ଚିଙ୍ଗୁଡ଼ି ପୋଇ ତରକାରି ଓ ଖେଚୁଡ଼ି ଆଦି ଭୋଗ କରାଯାଏ । ମା’ କାଳିଙ୍କର ପ୍ରିୟ ଭୋଗ ହେଲା ଖେଚୁଡ଼ି ଓ ମାଛ ତରକାରି ।

    ପ୍ରତିବର୍ଷ ଏହି ସାର୍ବଜନୀନ ପୂଜାରେ ହଜାର ହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ସମାଗମ ହୋଇଥାଏ । ଏହି ବଙ୍ଗୀୟ ଘୋଷାଲ ପରିବାର ୧୩୦୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସି ନିମାପଡ଼ା ବ୍ଲକ ଭୋଦର ଗ୍ରାମରେ ରହିଥିଲେ । ସେବେଠାରୁ ଏହି ପରମ୍ପରା ମା’ କାଳୀଙ୍କ ପୂଜା କରି ଆସୁଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି ।    

    Maximum 500 characters

    ବିଶେଷ View all

    Find Us on Facebook