Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ୩୦ରେ ବିବାହ କରିବେ କାଜୋଲ, କାହାକୁ ଜାଣନ୍ତୁ

    Share on :
    ajab-Image
    Date: Oct 6, 2020    Views: 7879

    କରୋନା କଟାକଣାକୁ ମାନିକରି ବି-ଟାଉନର ଅନେକ ନାୟକ ଓ ନାୟିକା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି  । ନିକଟରେ ସାଉଥ ଅଭିନେତା ରାଣା ଡଗୁବତିଙ୍କ ବିବାହ ପରେ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବି-ଟାଉନ ତଥା ସାଉଥ ସୁପରଷ୍ଟାର କାଜୋଲ ଅଗ୍ରୱାଲ  । ରିଲ ଲାଇଫରୁ ରିଅଲ ଲାଇଫରେ କନିଆ ସାଜିବାକୁ ଯାଉଥିବା କାଜୋଲ ଏନେଇ ନିଜେ ସୋଶିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  । କରୋନା କଟାକଣାର ସମସ୍ତ ନିୟମ ମାନି ମୁମ୍ବାଇରେ ଏହି ବିବାହଟି ଅଳ୍ପ ବନ୍ଧୁ ଓ ପରିବାର ବର୍ଗଙ୍କୁ ନେଇ କରାଯିବ  । କାଜୋଲଙ୍କ ଦ୍ୱାରା ବିବାହର ନିମନ୍ତ୍ରଣ କାର୍ଡ ସେୟାର କରାଯାଇଥିବାବେଳେ ନେଇ ତାଙ୍କ ପ୍ରଶଂସକ ବେଶ ଖୁସି ହୋଇଯାଇଛନ୍ତି । ମାତ୍ର ପୂର୍ବରୁ ଚର୍ଚ୍ଚା ଚାଲିଥିଲା ଯେ ଅଭିନେତ୍ରୀଙ୍କ ପରିବାର ଲୋକେ ତାଙ୍କ ଲାଗି ପୁଅ ଖୋଜୁଛନ୍ତି  । ସିଘଂମ ନାୟକା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏମିତି ଏକ ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି ଯେ ଏହି ମନୋରଞ୍ଜନ ଦୁନିଆରୁ ହୋଇନଥିବେ  । 

    Maximum 500 characters

    ସିନେମା View all

    Find Us on Facebook