ମୁଖ୍ୟ ଖବର
ଟିଟିଲାଗଡ :ଉପ ମୁଖ୍ୟମନ୍ତ୍ରୀଙ୍କୁ ସମୟ ନ ଦେଇ ଅନୁପସ୍ଥିତ ରହିଲେ ଟିଟିଲାଗଡ ଉପ ଜିଲ୍ଲାପାଳ। ବିରକ୍ତି ପ୍ରକାଶ କଲେ କେଭି ସିଂହଦେଓ । ଗତ ଦୁଇ ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ ଗସ୍ତରେ ଆସି ଥିଲେ । ଏହି ସମୟରେ ଟିଟିଲାଗଡ ଉପଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ତାଙ୍କ ଉପରେ ଖପ୍ପା ହୋଇଛନ୍ତି କେଭି । ଏଥିପାଇଁ କୈଫିୟତ ମଗାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଟିଟିଲାଗଡ ପାଇଁ ଦୀର୍ଘ ଦିନ ଧରି ଏକ ଗ୍ରୀଡ ସ୍ଥାପନ ପାଇଁ ଦାବି ହୋଇ ଆସୁଛି । ଏବେ ଗ୍ରୀଡ୍ ସ୍ଥାପନ ନେଇ ସ୍ଥାନ ଚିହ୍ନଟ ପାଇଁ ଉପ-ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଥିଲା । ହେଲେ ଉପଜିଲ୍ଳାପାଳ ସ୍ଥାନ ଚିହ୍ନଟ କରିନାହାନ୍ତି । ଯେଉଁଥିପାଇଁ ଶକ୍ତିମନ୍ତ୍ରୀ ଦାୟିତ୍ବରେ ଥିବା ଉପ-ମୁଖ୍ୟମନ୍ତ୍ରୀ କେ.ଭିଙ୍କ କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ ସାମିଲ ହୋଇନଥିବା ଚର୍ଚ୍ଚା ହେଉଛି ।
Comments ସମସ୍ତ ମତାମତ