Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫର୍ମକୁ ଫେରିଲେ କେଏଲ ରାହୁଲ

    Share on :
    ajab-Image
    Date: Mar 18, 2023    Views: 4510

    ମୁମ୍ବଇ: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆରେ ଭାରତ ବିଜୟ ସହ ଏହି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ଭାରତୀୟ ବ୍ୟାଟର କେଏଲ ରାହୁଲ ଫର୍ମକୁ ଫେରିବା ସହ ଏକ ବଡ଼ ଇଂନିସ ଖେଳି ଭାରତକୁ ବିଜୟ ଭେଟି ଦେଇଛନ୍ତି। କଙ୍ଗାରୁ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପ୍ରଥମରୁ ଭାରତ ଧରାଶାୟୀ ହୋଇଯାଇଥିବା ବେଳେ କେଏଲ ରାହୁଲ ପାଳି ସମ୍ଭାଳିବା ସହ ବିଜୟରେ ମୁଖ୍ୟ ଭୂମିକା ନେଇଛନ୍ତି।
    ମ୍ୟାଚରେ ଟସ୍‌ ଜିତି ଭାରତ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା।  ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆମାତ୍ର ୧୮୮ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରହିଥିଲା। 
    ଏହାପରେ ଭାରତ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା। ପ୍ରତିପକ୍ଷ ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ଛୋଟ ଟାର୍ଗେଟକୁ ଭାରତ ସହଜରେ ହାସଲ କରିନେବ ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ତାହା ହୋଇ ନଥିଲା।ଆରମ୍ଭରୁ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା। ପ୍ରଥମେ ଓପନର ଇଶାନ କିସାନ ଦଳୀୟ ସ୍କୋର ୫ ରନ୍‌ ଥିବା ବେଳେ ଆଉଟ ହୋଇଥିଲେ। ଏହାପରେ ଆସିଥିବା ବିରାଟ ମଧ୍ୟ ମାତ୍ର ୩ ରନ୍‌ କରି ଦଳୀୟ ସ୍କୋର ୧୬ ଥିବା ବେଳେ ଆଉଟ ହୋଇଥିଲେ। ତେବେ ଏହାପରେ ସବୁଠୁ ବଡ଼ ଝଟକା ଥିବା ସୂର୍ୟ୍ୟକୁମାର ଯାଦବ ଶୂନରେ ଆଉଟ ହେବା । ସୂର୍ୟ୍ୟକୁମାରଙ୍କ ପରେ ପଡିଆକୁ ଆସିଥିବା ଲୋକେଶ ରାହୁଲ ଓପନର ଶୁବମାନ ଗିଲଙ୍କ ସାଥ୍‌ ଦେଇ ଦଳକୁ ଆଗକୁ ନେଉଥିବା ବେଳେ ଦଳୀୟ ସ୍କୋର ୩୯ ଥିବା ସମୟରେ ଶୁବମାନ ଗିଲ ଆଉଟ ହୋଇଯାଇଥିଲେ। ତେିବେ ଏହାପରେ ଦଳ ବଡ଼ ବିପର୍ୟ୍ୟୟରେ ପଡିଯାଇଥିଲା।
    ଏହି ସମୟରୁ ଲୋକେଶ ରାହୁଲଙ୍କ ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସହ ମିଶି ଦଳକୁ ୮୩ରନ୍‌ ଯାଏଁ ନେବା ପରେ ପାଣ୍ଡ୍ୟା ୨୫ ରନ୍‌ରେ ଆଉଟ ହୋଇଥିଲେ। ଏହାପରେ ଆସିଥିଲେ ରବୀନ୍ଦ୍ର ଜାଡେଜା । ରାହୁଲ-ଜାଡେଜା ଲଢୁଆ ଇଂନିସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ। ଲୋକେଶ ରାହୁଲଙ୍କ ୭୫ ରନ କରିଥିବା ବେଳେ  ରବୀନ୍ଦ୍ର ଜାଦେଜାଙ୍କ ୪୫ ରନ ବଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ୨ଟି ସଫଳତା ପାଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook