Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭାରତୀୟ ରାଜନୀତିର ଭଦ୍ର ଲୋକ ଜ୍ୟୋତି ବସୁ

    Share on :
    ajab-Image
    Date: Mar 12, 2021    Views: 6183

    ଜ୍ୟୋତିବସୁ  । ୟାଙ୍କୁ ବାଦ ଦେଇ ଭାରତୀୟ ରାଜନୀତିର ଇତିହାସ ଲେଖା ଯାଇପାରିବ ନାହିଁ  । ଭାରତୀୟ ବାମପନ୍ଥୀ ରାଜନୀତିର ସେ ହେଉଛନ୍ତି ଧ୍୍ରୁବ ତାରା । ୧୯୧୪ ଜୁଲାଇ ୮ରେ ଜନ୍ମଗ୍ରହଣ କରିଥିବା ଜ୍ୟୋତି ବସୁ ୨୦୧୦ ଜାନୁଆରୀ ୧୭ରେ ଇହଲୀଳା ସମ୍ବରଣ କରିଥିଲେ  । ସିପିଆଇଏମର ସହ ପ୍ରତିଷ୍ଠାତା ଥିବା ଜ୍ୟୋତିବସୁ ଭାରତର ଜଣେ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ  । ୧୯୬୪ରୁ ୨୦୦୮ ପର୍ଯ୍ୟନ୍ତ ସେ ସିପିଏମ ପଲିଟିବୁ୍ୟରୋ ସଭ୍ୟ ଥିଲେ  । ଜଣେ ଲୋକପ୍ରିୟ ଓ କ୍ରାନ୍ତିକାରୀ ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ ରେକଡର଼୍ ସୃଷ୍ଟି କରିଥିଲେ  । ସେ ଥିଲେ ପଶ୍ଚିମବଙ୍ଗର ପ୍ରଥମ ଉପମୁଖ୍ୟମନ୍ତ୍ରୀ  । ୧୯୭୭ ଜୁନ ୨୧ରୁ ୨୦୦୦ ନଭେମ୍ବର ୫ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ  । ଦେଶର କୌଣସି ବଡ଼ ରାଜ୍ୟରେ ଏତେ ଦିନ ଧରି ଲଗାତର କେହି ଶାସନ କ୍ଷମତାରେ ରହିନାହାନ୍ତି  । ସେ ସ୍ୱଇଚ୍ଛାରେ କ୍ଷମତା ରାଜନୀତିରୁ ଓହରି ଆସିବା ସହ ଅନ୍ୟମାନଙ୍କ ପାଇଁ ବାଟ ପ୍ରଶସ୍ତ କରିଥିଲେ  ।

    ୧୯୧୪ରେ ଜୁଲାଇ ୮ରେ ଜ୍ୟୋତିନ୍ଦ୍ର ବସୁ ଏକ ବଙ୍ଗାଳୀ କାୟାସ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ନିଶିକାନ୍ତ ବସୁ ପେଶାରେ ଜଣେ ଡାକ୍ତର ଥିଲେ । ତାଙ୍କର ଡାକନାମ ଥିଲା ଗନା  । ତାଙ୍କର ବଡ଼ବାପା ନୀଳକଣ୍ଠ ବସୁ ହାଇକୋର୍ଟର ବିଚାରପତି ମଧ୍ୟ ରହିଥିଲେ  । ଜ୍ୟୋତି ବସୁଙ୍କର ମୃତୁ୍ୟ ପରେ ତାଙ୍କର ପୈତୃକ ବାସଭବନକୁ ଏକ ଲାଇବ୍ରେରୀରେ ରୂପାନ୍ତରିତ କରାଯାଇଛି । ଜନତାଙ୍କ ହକ ପାଇଁ ସେ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ଲଢେ଼ଇ କରି ଆସୁଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook