Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦୁଇ ବର୍ଷ ସାନ ଅଭିନେତାଙ୍କ ସହ ନିର୍ବନ୍ଧ ଘୋଷଣା କଲେ ଜ୍ୱାଲା ଗୁଟ୍ଟା

    Share on :
    ajab-Image
    Date: Sep 7, 2020    Views: 4420

    ହାଇଦ୍ରାବାଦ : ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ନିଜର ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଛନ୍ତି । ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲଙ୍କ ସହିତ ନିଜର ନିର୍ବନ୍ଧ ଘୋଷଣା କରିଛନ୍ତି ଜ୍ୱାଲା । ଜ୍ୱାଲାଙ୍କ ଜନ୍ମଦିନରେ ଉଭୟ ନିର୍ବନ୍ଧ କରିବା ସହିତ ଟ୍ୱିଟ୍ଟରରେ ଏକ ଫଟୋ ସେୟାର କରିଛନ୍ତି । ଜ୍ୱାଲାଙ୍କ ଜନ୍ମଦିନ ପାଇଁ ହାଇଦ୍ରାବାଦ ଆସିଥିବା ବିଶାଲଙ୍କ ସହିତ ନିର୍ବନ୍ଧ ହୋଇଥିଲା । ଉଭୟ ୨୦୧୭ରୁ ରିଲେସନସିପରେ ରହିଥିବା ନେଇ ନିକଟରେ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ବିଶାଲ । ବିଶାଲଙ୍କ ପୁଅ ଆର୍ଯ୍ୟନଙ୍କୁ ମଧ୍ୟ ଜ୍ୱାଲା ଧନ୍ୟାବଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଷ୍ଣୁ ବିଶାଲ ପୂର୍ବରୁ ବିବାହିତ ଏବଂ ତାଙ୍କର ୮ ବର୍ଷର ଏକ ପୁଅ ରହିଥିବା ବେଳେ ସେ ଜ୍ୱାଲାଙ୍କ ଠାରୁ ବୟସରେ ଦୁଇ ବର୍ଷ ସାନ । 

    ଅଭିନେତ୍ରୀ ରଜନୀ ନଟରାଜନଙ୍କ ସହିତ ବିଶାଲଙ୍କ ବିବାହ ବିଚ୍ଛେଦ ୨୦୧୫ରେ ହୋଇଥିବା ବେଳେ ଜ୍ୱାଲା ୨୦୧୫ରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ୨୦୦୫ରେ ବିବାହ କରିଥିଲେ । ଉଭୟ ଦମ୍ପତ୍ତି ୨୦୧୧ରେ ପରସ୍ପର ଠାରୁ ଅଲଗା ହୋଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook