ମୁଖ୍ୟ ଖବର
ଜହନାବାଦର ମହିଳାମାନେ ଏକତ୍ର ହୋଇ ଜୀବିକା ଗୋଷ୍ଠୀ ମାଧ୍ୟମରେ ଏହି ଝୋଟବ୍ୟାଗ୍ ପ୍ର୍ରସ୍ତୁତ କରୁଛନ୍ତି । ଗୋଷ୍ଠୀର ମୁଖ୍ୟ ଇନ୍ଦୁଦେବୀ ୨୦୧୩ ମସିିହା ଯାଏ ଜଣେ ସାଧାରଣ ଗୃହିଣୀ ଭାବେ ଘରେ ରହି ରୋଷେଇ କାର୍ଯ୍ୟ କରୁଥିଲେ । ହେଲେ ଜୀବିକା ଗୋଷ୍ଠୀ ସହ ଯୋଡ଼ି ହେବାପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା । ୨୦୨୩ ମସିହାରେ ସେ ଜୀବିକା ମିଶନ ସହ ଯୋଡି ହୋଇ ୨୦୦୦୦ ଟଙ୍କା ଋଣ ନେଇ ଏକ ମେସିିନ୍ କିଣିଥିଲେ । ଏହା ପରେ ସେ ନାବାର୍ଡରୁ ଝୋଟ ତିଆରି ଜିନିଷ ପ୍ରଶିକ୍ଷଣ ନେଇ ଝୋଟ ସାମଗ୍ରୀ ପ୍ରସ୍ତୁତି ଆରମ୍ଭ କରିଥିିଲେ । ପରେ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ବହୁ ପରିଶ୍ରମ ପରୀକ୍ଷାନିରୀକ୍ଷା କରିବା ପରେ ୨୦୨୪ ପରେ ତାଙ୍କୁ ଏଥିରେ ସଫଳତା ମିଳିଥିଲା । ଝୋଟରୁ ଭଳିକି ଭଳି ଜିନିଷ ତିଆରି ସଫଳ ହୋଇଥିଲେ । ତାଙ୍କ ସହିତ ପାଖାପାଖି ଯ୯୦ ଜଣ ମହିଳା ଏଥିରେ ତାଲିମ୍ ନେଇଥିଲେ । ଏବେ ୩୦ ଜଣ ମହିଳା ଟିମ୍ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଇନ୍ଦୁ୍ଙ୍କ କହିବା ଅନୁଯାୟୀ, ଝୋଟଗୁଡ଼ିକ ପାଟଣା ସାହିବରୁ ମଗାଯାଏ । ଏଥିରୁ ବିଭିନ୍ନ ପ୍ରକାର ବ୍ୟାଗ୍, ପାଣିବୋତଲ ବ୍ୟାଗ୍ ଲେଡିସ୍ ପର୍ସ ଆଦି ପ୍ରସ୍ତୁତ କରାଯାଏ । ମେସିନ ସାହାର୍ଯ୍ୟରେ ଗୋଟିିଏ ଦିନରେ ବିଶେଷ କରି ୪୦୦-୫୦୦ ଉପôାଦ ପ୍ରସ୍ତୁତ କରାଯାଏ । ଏହାଦ୍ୱାରା ମହିଳାମାନେ ଘରେ ରହି ଦୈନିକ ୩୦୦ରୁ ୪୦୦ ଟଙ୍କା ରୋଜଗାର କରିପାରୁଛନ୍ତି । ଏଠାରେ ପ୍ରସ୍ତୁତ ସାମଗ୍ରୀ ବିଭିନ୍ନ ସହରରୁ ରପ୍ତାନୀ କରାଯାଏ । ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀରେ ମଧ୍ୟ ଏହି ଷ୍ଟଲ୍ ଦେଖିବାକୁ ମିଳିଥିଲା । ଏହିପରି ଭାବେ ମହିଳାମାନେ ଝୋଟରୁ ବିଭିନ୍ନ ସାମଗ୍ରୀ ତିଆରି ସ୍ୱାବଲମ୍ବୀ ହୋଇଛନ୍ତି ।
Comments ସମସ୍ତ ମତାମତ