Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍କୁଲ ରୋଷେଇ ପାଣିରୁ ବ୍ୟାପୁଛି ଜଣ୍ଡିସ୍‌

    Share on :
    ajab-Image
    Date: Jan 10, 2026    Views: 3068

    କଣାସ: ପୁରୀ ଜିଲା କଣାସ ବ୍ଲକରେ ଜଣ୍ଡିସ ଆତଙ୍କ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କୁଲ ରୋଷେଇ ପାଣିରୁ ଜଣ୍ଡିସ୍‌ ବ୍ୟାପିଥିବା ସେ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ୍ ପରିସ୍ଥିତିର ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ସ୍ଥିତି ନିୟନ୍ତ୍ରଣରେ ରହିଛି। ସ୍କୁଲ ରୋଷେଇ ଘର ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ୍ ବ୍ୟାପିଥିଲା। ପାଣି ରିପୋର୍ଟ ଆସିବା ପରେ ଜଣାପଡ଼ିଛି। ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣରେ ଅଛି, ସବୁ ମ୍ୟୁନିସପାଲଟିକୁ ସଜାଗ ରହିବାକୁ କୁହାଯାଇଛି।

    ସୂଚନା ଅନୁଯାୟୀ ପୁରୀ ଜିଲା କଣାସ ବ୍ଲକରେ କିଛି ଦିନ ହେଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ୯ ଜଣ ବ୍ୟକ୍ତି ଭୁବନେଶ୍ୱର ଓ କଟକର କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗାଁର ବିମ୍ବାଧର ବେହେରା ଆକ୍ରାନ୍ତ ହୋଇ ୧୫ ଦିନ ପୂର୍ବେ ଭୁବନେଶ୍ବର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସେହି ଗାଁର ସମ୍ବିତ ବେହେରା, ବାବୁଲା ବେହେରା ପ୍ରମୁଖ ଓ କେତେକ ଛୋଟ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

    Maximum 500 characters

    ତାଜା ଖବର View all

    Find Us on Facebook