Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶରୀରରେ ରକ୍ତର ଅଭାବକୁ ଦୂର କରିବ ଏହି ୪ଟି ଜୁସ୍‌

    Share on :
    ajab-Image
    Date: Mar 18, 2023    Views: 2808

     ଶରୀରରେ ରକ୍ତର ଅଭାବ ହେଲେ ରକ୍ତହୀନତା ବୋଲି କୁହାଯାଏ । ରକ୍ତହୀନତା ଯୋଗୁଁ ଜଣେ ବ୍ୟକ୍ତି ବହୁତ ଦୁର୍ବଳ ହୋଇଯାଏ। ହେଲେ ସେ ସୁସ୍ଥ ଦେଖାଯାଉଥିଲେ ମଧ୍ୟ ତାଙ୍କ ଶରୀର ଭିତରେ କୌଣସି ପ୍ରକାରର ବଳ ନଥାଏ। ବେଳେବେଳେ ଦୁର୍ବଳତା ଏତେ ଅଧିକ ଥାଏ ଯେ ନିଜ ଶରୀର ସମ୍ଭାଳିବା ମଧ୍ୟ ସକ୍ଷମ ହୁଏ ନାହିଁ । ଆଖି ଏବଂ ଚର୍ମର ରଙ୍ଗ ହଳଦିଆ ହେବାକୁ ଲାଗେ ଏବଂ ନଖଗୁଡ଼ିକ ଶୁଷ୍କ ଏବଂ ରୁଗଣ ଦେଖାଯାଏ ।

    ରକ୍ତହୀନତାର ମୁଖ୍ୟ କାରଣ ଶରୀରରେ ଆଇରନ ଏବଂ ପୋଷକ ତତ୍ତ୍ୱର ଅଭାବ ହେତୁ  ହୋଇଥାଏ । କିନ୍ତୁ କେତେକ ଗମ୍ଭୀର ରୋଗ ମଧ୍ୟ ରକ୍ତହୀନତାର କାରଣ ହୋଇପାରେ। ଏହି ସମୟରେ ଡାକ୍ତରମାନେ ପରାମର୍ଶ ନେବା ଉଚିତ୍‌ । କାରଣ ରକ୍ତହୀନତାର କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଅଟେ । ବର୍ତ୍ତମାନ ଗ୍ରୀଷ୍ମ ଋତୁର ସମୟ ଚାଲିଛି । ଯଦି ଏହି ସମୟ ମଧ୍ୟରେ ପରିବାରର କୌଣସି ବ୍ୟକ୍ତି ରକ୍ତହୀନତା ସମସ୍ୟାରେ ପୀଡିତ ଥିବେ ତେବେ ଆପଣ ତାଙ୍କୁ ପ୍ରତିଦିନ ଜୁସ୍‌ ଦେଇପାରିବେ । ବ୍ୟକ୍ତିଙ୍କୁ ଏହି ସମୟରେ ଅନେକ ପ୍ରକାରର ଜୁସ୍ ମଧ୍ୟରୁ ଗୋଟିଏ ଦେଇପାରିବେ । ଏହି ସମସ୍ତ ଜୁସ୍‌ ପିଇବା ଦ୍ବାରା ଶରୀରରେ ହେମୋଗ୍ଲୋବିନର ପରିମାଣ ବଢାଇବା ସହ ରକ୍ତହୀନତାକୁ ଦୂର କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

    ଘିଁକୁଆରୀ ଜୁସ୍‌-ଏହାକୁ ପିଇବା ଦ୍ବାରା ଚର୍ମ ଏବଂ କେଶ ପାଇଁ ବହୁତ ଲାଭ ଦାୟକ । ଏହାର ପ୍ରତିଦିନ ପିଇବା ଦ୍ବାରା ରକ୍ତ ଶୁଦ୍ଧ ହୋଇଥାଏ ଏବଂ ହେମୋଗ୍ଲୋବିନର ପରିମାଣ ମଧ୍ୟ ବୃଦ୍ଧି ହୋଇଥାଏ ।

    ଅଙ୍ଗୁର ରସ – ଅଙ୍ଗୁର ତ ପ୍ରାୟ ସମସ୍ତଙ୍କୁ ପସନ୍ଦ । ତେବେ ଆପଣ ଏହାକୁ ଖାଇବା ବଦଳରେ ଜୁସ୍‌ କରି ପିଇ ପାରିବେ । ଅଙ୍ଗୁର ଜୁସ୍‌ ପିଇବା ଦ୍ବାରା  ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଗ୍ରୀଷ୍ମ ଋତୁରେ ହେମୋଗ୍ଲୋବିନ୍ ବଢିଥାଏ ।

    ଆମ୍ବ ଜୁସ୍‌- ଶରୀରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ପାଚିଲା ଆମ୍ବ ବହୁତ କାମରେ ଆସେ । ଆମ୍ବ ଖାଇବା ପରେ କିମ୍ବା ରାତିରେ ଶୋଇବା ପୂର୍ବରୁ ଆମ୍ବ ଜୁସ୍‌ ପିଅନ୍ତୁ । ଏହା ପିଇବା ଦ୍ବାରା ଶରୀରରେ ରକ୍ତ ଅଭାବକୁ ମଧ୍ୟ ଦୂର କରିଥାଏ ।

    ବିଟ୍ ଜୁସ୍‌-ବିଟ୍‌ ରୁଟ୍‌ରେ ଆଇରନର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଯେତେବେଳେ ବି ଶରୀରରେ ରକ୍ତ ଅଭାବକୁ ଦୂର କରିବା ଅଭାବକୁ ଘରୋଇ ଉପଚାର ଭାବେ କରିପାରିବେ । ପ୍ରତିଦିନ ବିଟ୍‌ ରୁଟ୍‌କୁ ନିୟମିତ ଭାବରେ ପିଇ ପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook