Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ଜୁସ ପିଅନ୍ତୁ, ରୋଗପ୍ରତିଷେଧକ ଶକ୍ତି ବଢ଼ାନ୍ତୁ

    Share on :
    ajab-Image
    Date: Apr 11, 2021    Views: 5840

    ସାଧାରଣ ଜୀବନରେ ଆମେ ଏତେ ମାତ୍ରାରେ ବ୍ୟସ୍ତ ରହିଥାଉ ଯେ, ନିଜ ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ଦେବାକୁ ଭୁଲି ଯାଇଥାଉ । ଏହି କାରଣରୁ ଦେଶରେ କରୋନା ଆଜି ଭୟର ଆତଙ୍କ ଖେଳାଇ ଚାଲିଛି  । କାରଣ ଏହି ମହାମାରୀ ଲଢେ଼ଇରେ ଜିତିବାକୁ ହେଲେ ରୋଗପ୍ରତିଷେଧକ ମାତ୍ରା ଅଧିକ ରହିବା ଆବଶ୍ୟକ ଥିବା ବେଳେ ଆମର ଖାଦ୍ୟ-ପେୟ ଲାଗି ଆମେ କରୋନା ଲାଗି ଭୟ କରୁଛନ୍ତି  । ତେଣୁ ନିକଟରେ କରୋନା ସାଙ୍ଗକୁ ଋତୁ ପରିବର୍ତ୍ତନ ମଧ୍ୟ ଥଣ୍ଡା ଜନିତ ସମସ୍ୟା ସୃଷ୍ଟି କରିବାରେ ବିଶେଷ ଭୂମିକା ନିଭାଇପାରିବ  । ଏନେଇ ଆମକୁ ସତର୍କତା ଅବଲମ୍ବନ କରି ଖାଦ୍ୟଶୈଳୀରେ ପ୍ରାକୃତିକ ଆହାରକୁ ଧ୍ୟାନ ଦେବା ଆବଶ୍ୟକ  ।

    ଆସନ୍ତୁ କିଛି ଏପରି ଟିପସ ଜାଣିବା ଯାହା ଆମର ରୋଗପ୍ରତିଷେଧକ ମାତ୍ରା ବଢ଼ାଇପାରିବ  । ଅଧିକ ମାତ୍ରାରେ ସୁଗାର କ୍ୟାଲୋରୀ ବଦଳରେ ଆମେ ଡ୍ରାଏ ଫୁ୍ରଟ ଖାଇବା ସ୍ୱାସ୍ଥ୍ୟ ଲାଗି ସଠିକ ରହିବ  । ତେଣୁ ବଜାରରେ ମିଳୁଥିବା ଜଙ୍କଫୁଡ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ  । ଦିନକରେ ଥରେ ମାତ୍ରା ହେଉନା କାହିଁ କଫି କିମ୍ବା ଗରମ ନାଲଇ ଚା’ ପିଇବା ଆମ ଲାଗି ଠିକ ରହିବ  । ମାଂଶାଳିଆ ମାଛ ସହିତ ମାଂସ, ଅଣ୍ଡା ଖାଇବା ଜରୁରୀ  । ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଜର, କମଳା ଓ ଆପଲ ମିକ୍ସ ଜୁସ ଏହି ଶୀତ ଦିନ ଓ କରୋନା ଲାଗି ଶରୀରରୁ ଅଧିକ ମାତ୍ରାରେ ରୋଗପ୍ରତିଷେଧକ ମାତ୍ରାକୁ ବଢ଼ାଇବାରେ ସହାୟ୍କ ହୋଇଥାଏ  । ଲେମ୍ବୁରେ ପ୍ରଚୁର ମାତ୍ରାର ଭିଟାମିନ-ସି, ଆଣ୍ଟି ଅକ୍ସିଡାଣ୍ଟ ରହିଥିବାବେଳେ ଗାଜରରେ ପ୍ରଚୁର ମାତ୍ରାର ଭିଟାମିନ-ଏ   ସେଓରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ  ।  ଏହାକୁ ମିଶାଇ ଜୁସ ଭାବେ ପିଇବା ଦ୍ୱାରା ଏହା ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିଥାଏ  । 


    କିପରି ପ୍ରସ୍ତୁତି କରିବେ ଏହି ଜୁସ
    ପ୍ରଥମେ ଗୋଟିଏ ଗାଜର, ସେଓ (ମଞ୍ଜି ନଥିବା), ଚୋପା ଛଡା କମଳାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହା ପ୍ଲେନ ହୋଇଗଲାପରେ ଏଥିରେ କଞ୍ଚା ହଳଦୀ ଏକ ଚାମଚ, ଗୋଲମରିଚ ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ  । ହଳନୀରେ ରୋଗପ୍ରତିଶେଧକ ଶକ୍ତି ଅଧିକ ଥିବାବେଳେ ଗୋଲମରିଚ ଥଣ୍ଡାଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ  । 

    Maximum 500 characters

    ବିଶେଷ View all

    Find Us on Facebook