Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଯୁଗଳ ସାମଲ ଭାରତୀୟ ଟେଷ୍ଟ ଦଳର ପ୍ରବନ୍ଧକ ନିଯୁକ୍ତ

    Share on :
    ajab-Image
    Date: Sep 28, 2025    Views: 2930

    କଟକ : ଆସନ୍ତା  ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ମ୍ୟାଚ୍‌ ବିଶିଷ୍ଟ ଘରୋଇ  ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ  ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ  ହୋଇଛନ୍ତି । ପ୍ରଥମ ଟେଷ୍ଟ ଆସନ୍ତା ଅକ୍ଟୋବର ୨ରୁ ୬ତାରିଖ ମଧ୍ୟରେ ଅହମ୍ମଦାବାଦ୍‌ରେ  ଏବଂ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୩ରୁ  ୧୭ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଖେଳାଯିବ ।  ଏଥିରେ ମ୍ୟାନେଜର ଭଳି ଗୁରୁତ୍ୱପୂର୍ଣ୍ଣ  ଭୂମିକା ତୁଲାଇବେ ଶ୍ରୀ ସାମଲ ।

    ପୂର୍ବରୁ ସେ  ଓଡ଼ିଶା ରଣଜୀ ଦଳର ମ୍ୟାନେଜର ରହିବା  ସହ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ  ବିସିସିଆଇ ପର୍ୟ୍ୟବେକ୍ଷକ ଭାବେ ମଧ୍ୟ କାର୍ୟ୍ୟ  କରିଛନ୍ତି । ଶ୍ରୀ ସାମଲଙ୍କ ଏହି ସଫଳତା  ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର  ସଭାପତି ପଙ୍କଜଲୋଚନ ମହାନ୍ତି, ସମ୍ପାଦକ  ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ  କାର୍ୟ୍ୟକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook