Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଦଳିଲେ ଓଡିଶା ସମେତ ୬ ହାଇକୋର୍ଟର ବିଚାରପତି

    Share on :
    ajab-Image
    Date: May 27, 2022    Views: 3486

    କଟକ: ୬ ଜଣ ହାଇକୋର୍ଟ ବିଚାରପତିଙ୍କ ବଦଳି । ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଏହି ଅଦଳ ବଦଳ କରାଯାଇଛି । କୋଲକାତା ହାଇକୋର୍ଟକୁ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ବଦଳି ହୋଇଛି । ସେହିପରି ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି ।ସେହିପରି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଅହଶାନୁଦ୍ଦିନ ଅମାନୁଲ୍ଲାଙ୍କୁ ପାଟନା ହାଇକୋର୍ଟ ବଦଳି କରାଯାଇଛି । ମଣିପୁର ହାଇକୋର୍ଟ ବିଚାରପତି ଲାନୁସୁଙ୍ଗକୁମ ଜମିରଙ୍କୁ ଗୌହାଟୀ ହାଇକୋର୍ଟ ବଦଳି କରାଯାଇଥିବାବେଳେ ଜମ୍ମକାଶ୍ମୀରର ଧୀରଜ ସିଂ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଓ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପୁରୁଶାଇନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟ ବଦଳି କରାଯାଇଛି । ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook