Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶା ଗସ୍ତରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷ ଓ ସଦସ୍ୟ

    Share on :
    ajab-Image
    Date: Apr 29, 2026    Views: 2901

    ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷ ଓ ସଦସ୍ୟ । ମିଳିତ ସଂସଦୀୟ କମିଟି (JPC)ର ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ସଂସଦୀୟ କମିଟି  ପହଞ୍ଚିଛନ୍ତି । ଏହି କମିଟିର ଉଦ୍ଦେଶ୍ୟ ଏହି ତିନୋଟି ବିଲର ବିଶ୍ଳେଷଣ କରିବା । ୨୦ଅଗଷ୍ଟ ୨୦୨୫ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୩ବିଧେୟକ ଆଣିଥିଲେ । ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, ଜମ୍ମୁ କାଶ୍ମୀର ପୁନର୍ଗଠନ (କ )ବିଲ ୨୦୨୫ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର (k) ବିଲ ୨୦୨୫, ଏହି ୩ଟି ବିଲ୍ ଯେବେ ଉପସ୍ଥାପିତ ହେଲା ସେବେ ବିରୋଧୀ ଦଳ ମାନେ ଏହାର ଘୋର ବିରୋଧ କରିଥିଲେ । ଏହି ୩ଟି ବିଲ୍ ଲୋକତନ୍ତ୍ରକୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ଦିଗରେ ଭଲ ପଦକ୍ଷେପ ଥିଲା । ବିରୋଧୀ ବିରୋଧ କରିଥିବାରୁ ଏଥିପାଇଁ ଏକ ମିଳିତ ସଂସଦୀୟ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ୩୧ସଦସ୍ୟ ରହିଥିଲେ । ୨୧ଜଣ ଲୋକସଭା ଓ ୧୦ଜଣ ରାଜ୍ୟସଭା ସଂସଦଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଥିଲା ।

    ପହଞ୍ଚିବା ପରେ କମିଟିର ଅଧ୍ୟକ୍ଷା ଶ୍ରୀମତି ଷଡ଼ଙ୍ଗୀ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା । ଆମେ କମିଟି ଗଠନ ପରଠୁ ୧୦ଟି ବୈଠକ କରିବା ସହ ବିଭିନ୍ନ ରାଜ୍ୟକୁ ଯାଇ କରିଛୁ । ୨୫ଟି ଅନୁଷ୍ଠାନ ସହ ଆଲୋଚନା କରି ସାରିଛୁ । ଏ ବିଲ୍ ନେଇ ସମସ୍ତଙ୍କ ମତକୁ ଆମେ ସମ୍ମାନ ଦେଉଛୁ । ଏବେ ଓଡ଼ିଶା ଗସ୍ତରେ ଆମେ ଆସିଛୁ । ୫ ଅନୁଷ୍ଠାନ ସହ ଆଲୋଚନା କରିବୁ । ଓଡ଼ିଶା ସରକାରଙ୍କ ମତାମତ ଲୋଡ଼ିବୁ । ହ୍ୟୁମାନ ରାଇଟ୍ସ ମାତାମତ ନେବୁ । ସମସ୍ତଙ୍କ ମତାମତ ନେବା ପରେ ଚୂଡାନ୍ତ ରିପୋର୍ଟ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ପ୍ରଦାନ କରିବୁ । ଏହି ତିନୋଟି ବିଲ ପଛରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ରାଜାନୀତିରେ ଅପରାଧିକାରଣ ନ ହେଉ । ଏହି ବିଲ ପାରିତ ହେଲେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ, କିଏ ବି ୩୦ଦିନ ଗିରଫ କିମ୍ବା ଡିଟେନ ରହିଲେ ୩୧ତମ ଦିନ ସେ ପଦଚ୍ୟୁତ ହେବେ। ଏହା ଏକ ମାଇଲଖୁଣ୍ଟ ସାଜିବ । ରିପୋର୍ଟ ତିଆରି ପରେ ଉଚିତ ପଦକ୍ଷେପ ନିଆଯିବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook