Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୁଡ଼ି ଯାଉଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ ସାମ୍ବାଦିକ

    Share on :
    ajab-Image
    Date: Aug 1, 2020    Views: 3273

    କେଶଦୁରାପାଳ: ବୈତରଣୀ ନଦୀରେ ବୁଡ଼ି ଯାଉଥିବା ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ ଗ୍ରାମର ନବଘନ ସାହୁ (୭୦) ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ଆନନ୍ଦପୁର ଡାକ୍ତରଖାନାକୁ ଆସିଥିଲେ । ସେଠାରୁ ବୈତରଣୀରେ ନିର୍ମାଣ ହୋଇଥିବା ବ୍ୟାରେଜ ଦେଖିବା ପାଥଁ ଝାଡେଶ୍ୱର ମନ୍ଦିର ନିକଟ ବୈତରଣୀକୁ ଯାଇଥିଲେ  । ସେହି ସମୟରେ ନବଘନକୁ ଶୋଷ ଲାଗିଥିଲା । ସେ ହାତ ଏବଂ ମୁହଁ ଧୋଇ ହବା ସହିତ ପାଣି ପିଇବା ପାଇଁ ନଦୀକୁ ଓହ୍ଲାଇଥିଲେ । ଠିକ୍ ସେତିକି ବେଳେ ଭାରସାମ୍ୟ ହରାଇ ନବଘନ ପାଣିରେ ପଡ଼ି ନଦୀରେ ଭାସି ଯାଇଥିଲେ । ଏହା ଦେଖି ସୁରେଣ ଚନ୍ଦ୍ର ତି୍ରପାଠୀ ପାଟି କରିବାରୁ ସେହି ବାଟ ଦେଇ ଯାଉଥିବା ସାମ୍ବାଦିକ ରତିକାନ୍ତ ଓ ପଶାନ୍ତ କୁମାର ସାହୁ ପ୍ରମୁଖ ନଦୀକୂଳକୁ ଦୌଡ଼ି ଯାଇଥିଲେ । ପରେ ସାମ୍ବାଦିକ ଶ୍ରୀ ସାହୁ ଭୟ ନ କରି ନଦୀମଝିକୁ ଡେଇଁପଡ଼ି ବୃଦ୍ଧଙ୍କ ଜୀବନ ରକ୍ଷା କରିଥିଲେ । ଏହି ସମୟରେ ସୁମନ୍ତ ମହାପାତ୍ର, ଦୀନବନ୍ଧୁ ସାହୁ, ଚକ୍ରଧର ସାହୁ, ସୁଦାମ ପଣ୍ଡା, ଅନନ୍ତ ଦେହୁରା ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook