Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶଙ୍ଖ ଫୁଙ୍କିଲେ ଏହି ସାମ୍ବାଦିକ

    Share on :
    ajab-Image
    Date: Nov 12, 2021    Views: 4681

    ଭୁବନେଶ୍ବର: ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ । ବିଜେଡି ସାଙ୍ଗଠନିକ ସମ୍ପାଦକ ଗୌତମବୁଦ୍ଧଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଛନ୍ତି । ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ।  ମିଶ୍ରଣ କାର୍ୟ୍ୟକ୍ରମରେ ଦଳର ଗଣମାଧ୍ୟମ ବ୍ୟାପାର ସମ୍ପାଦକ ମାନସ ମଙ୍ଗରାଜଙ୍କ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ.ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

    ଗୌତମବୁଦ୍ଧ ଦାସ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ଭୋଗରାଇ ବିଧାୟକ ଦୁର୍ଗା ଶଙ୍କର ଦାସଙ୍କ ପୁଅ ।  ଗୌତମବୁଦ୍ଧ ଛାତ୍ର ଜୀବନରୁ ରାଜ୍ୟ ରାଜନୀତି ସହିତ ଜଡିତ ଥିବାବେଳେ ଦୀର୍ଘ ଦିନରୁ ସେ ସକ୍ରିୟ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଲାଗି ରହିଥିଲା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହେବା ସହ ଭୋଗରାଇ ଆସନରୁ ଆଶାୟୀ ଥିବା ମଧ୍ୟ କୁହାଯାଉଥିଲା । ୨୦୨୪ ନିର୍ବାଚନରେ ବୟସାଧିକ କାରଣରୁ ଅନନ୍ତଙ୍କ ବଦଳରେ ଗୌତମବୁଦ୍ଧଙ୍କୁ ଭୋଗରାଇରେ ଦଳୀୟ ଟିକେଟ ମିଳିବା ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ଗୌତମବୁଦ୍ଧଙ୍କ ସମ୍ପର୍କୀୟ ଭଣଜା ତଥା ସାମ୍ବାଦିକ ସତ୍ୟଶିବ ଦାସ କଂଗ୍ରେସ ଟିକେଟରେ ଗତ ନିର୍ବାଚନ ଲଢ଼ିଛନ୍ତି । ଯଦି ଗୌତମବୁଦ୍ଧଙ୍କୁ ବିଜେଡି ଓ ସତ୍ୟଶିବଙ୍କୁ କଂଗ୍ରେସ ପୁନର୍ବାର ପ୍ରାର୍ଥୀ କରେ, ତେବେ ନିର୍ବାଚନରେ ଦୁଇ ସାମ୍ବାଦିକ ମାମୁଁ ଭଣଜା ଲଢେଇ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
     

    Maximum 500 characters

    ରାଜନୀତି View all

    Find Us on Facebook