Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶିଲା ପଟ୍ଟନାୟକ ମୃତ୍ୟୁ ଘଟଣା,ସିଏମ୍‌ଆରଏଫରୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା

    Share on :
    ajab-Image
    Date: Jan 23, 2026    Views: 2518

    ଭୁବନେଶ୍ୱର; ବସ୍ ଦୁର୍ଘଟଣାରେ ଆଖି ବୁଜିଥିବା ଜଣାଶୁଣା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାରକୁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି ।
    ସିଏମ୍ଓ ଏକ୍ସ ପକ୍ଷରୁ ଲେଖାଯାଇଛି କି ,''ବୈଦ୍ୟୁତିକ ଗଣମାଧ୍ୟମ ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ଜନିତ ପ୍ରାଣହାନି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଥିଲା । ନିଚ୍ଛକ ସମ୍ବାଦ ପରିବେଷଣ ଏବଂ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ ତାଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

    ବୈଦ୍ୟୁତିକ ଗଣମାଧ୍ୟମର ଜଣେ କର୍ମଠ ସାମ୍ବାଦିକା ଥିଲେ ଶିଲା ପଟ୍ଟନାୟକ । ଗତ ଜାନୁଆରୀ ୬ ତାରିଖରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ଶିଲା । ମଙ୍ଗଳପୁର ପିପିଲି ରାସ୍ତାରେ ତାଙ୍କ ସ୍କୁଟିକୁ ବସ୍ ଧକ୍କା ଦେବା ଫଳରେ ଶିଲାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଶିଲାଙ୍କୁ ହରାଇ ସମଗ୍ର ଓଡ଼ିଶା ମିଡିଆରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ପରିବାର ଆଜି ଶିଲାଙ୍କ ବିୟୋଗକୁ ବିଶ୍ୱାସ କରିପାରୁନାହାନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook